ଆଶ୍ୱସ୍ତି ଦେଉଛି ଅଗ୍ନିଶମ ବାହିନୀ ବିଭିନ୍ନ ଅଂଚଳ ହେଉଛି ବିଶୋଧିତ

ହିଞ୍ଜିଳିକାଟୁ, ( ଶେଷଦେବ ସାହୂ): କରୋନା ମହାମାରୀକୁ ନେଇ ସମସ୍ତେ ଚିନ୍ତିତ । ବ୍ୟକ୍ତିଗତ ସ୍ୱଛତାକୁ ଦିଆଯାଉଛି ଅଧିକ ଗୁରୁତ୍ୱ । ତଥାପି ସର୍ବସାଧାରଣ ସ୍ଥାନ, ଘରର ଓ କାର୍ଯ୍ୟ ପରିସରର ଆଖପାଖ ଅଂଚଳ ବିଶୋଧିତ ହେଲେ ହିଁ ସମସସ୍ତେ ଟିକିଏ ଆଶ୍ୱସ୍ତି ଅନୁଭବ କରୁଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କ ପାଇଁ ସବୁଠାରୁ ଅଧିକ ଆଶ୍ୱସ୍ତି ଦେଉଛନ୍ତି ସ୍ଥାନୀୟ ଅଗ୍ନିଶମ ବାହିନୀ କର୍ମଚାରୀ । ସ୍ଥାନୀୟ ବ୍ଳକ ଓ ପୌର ପ୍ରଶାସନର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଅଗ୍ନିଶମ ବାହିନୀର ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ କୁମାର ଭୁୟାଁଙ୍କ ତତ୍ୱାବଧାନରେ କର୍ମଚାରୀ ମ।।ନେ ଦମକଳ ଗାଡ଼ିରେ ପ୍ରତ୍ୟହ ପୌରାଂଚଳର ବିଭିନ୍ନ ୱାର୍ଡ଼, ବିଭିନ୍ନ ଗ୍ରାମାଂଚଳ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସର୍ବସାଧାରଣ ସ୍ଥାନରେ ବିଶୋଧନ ସିଂଚନ କରି ଏମାନେ ନିଜର ଡ଼୍ୟୁଟି ତ କରୁଛନ୍ତି ତେବେ ଏହା ଦ୍ୱାରା ଅଧିକ ନିରାପଦ ମନେ କରୁଛନ୍ତି ଜନସାଧାରଣ । ଗତ ୧ ମାସ ଧରି ସ୍ଥାନୀୟ ଅଗ୍ନିମଶମ ବାହିନୀ କର୍ମଚାରୀ ମାନେ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମ ପଂଚାୟତ ଓ ପୌରାଂଚଳର ବିଭିନ୍ନ ୱାର୍ଡ଼କୁ ବିଶୋଧନ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । କରୋନାର ପ୍ରଭାବ ରହିବା ପର୍ଯ୍ୟନ୍ତ ବିଭିନ୍ନ ଅଂଚଳ ଗୁଡ଼ିକରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ବିଶୋଧନ କାର୍ଯ୍ୟ ଚାଲୁ ରହିବ ବୋଲି ସ୍ଥାନୀୟ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଭୁୟାଁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ