ଆଷାଢରେ ଅସହ୍ୟ ତାତି , ଖଲ୍ଲିକୋଟ ବ୍ଲକରେ ଗଜା ମରୁଡି !

ଖଲ୍ଲିକୋଟ  (ଯୁଗାବ୍ଦ ନ୍ୟୁଜ ) ଚଳିତ ଖରିଫ ରେ ଚାଷୀମାନେ ଗତ ଅକ୍ଷୟ ତୃତୀୟା ଠାରୁ ଚାଷ ଜମିରେ ଧାନ ବିହନ ବୁଣି ବସିଥିବାବେଳେ ଦୀର୍ଘ ୧୫ଦିନ ହେଲା ମୌସୁମୀ ଉଭାନ ହୋଇଥିବା ଯୋଗୁଁ ବର୍ଷା ହୋଇପାରୁନାହିଁ ଫଳରେ ଚାଷୀମାନେ ଖରିଫ ଚାଷ କୁ ନେଇ ଚିନ୍ତାରେ ଥିବାବେଳେ ଧାନ ବିହନସବୁ ଗଜା ମରୁଡି ହୋଇଥିବା ଦେଖିବାକୁ ମିଳିଛି। ଗତ ୧୫ ଦିନ ତଳେ ଖଲ୍ଲିକୋଟ ବ୍ଲକ ରେ ୩୩ଜ୍ଞଜ୍ଞ ବର୍ଷା ହୋଇଥିଲା । ବର୍ତ୍ତମାନ ବର୍ଷା ଅଭାବ ଯୋଗୁଁ ସାରା ଖଲ୍ଲିକୋଟ ବ୍ଲକ ରେ କୂଅ ପୋଖରୀ ଶୁଖିବା ସହ ବିଭିନ୍ନ ଜଳସ୍ୱଚନ ପ୍ରକଳ୍ପଗୁଡିକରେ ଜଳ ପତନ ହ୍ରାସ ପାଇବାରେ ଲାଗିଛି । ଖଲ୍ଲିକୋଟ ବ୍ଲକ ରେ ୨୨ହଜାର ବସ୍ତା ସରକାରୀ ବିହନ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଦ୍ଵାରା ବିକ୍ରି ହୋଇ ଥିବା ବେଳେ ସରକାରୀ ବିହନ ଗଜା ହୋଇନଥିବା ଚାଷୀ ମହଲରେ ଅଭିଯୋଗ ହେଉଛି । ଚଳିତ ବର୍ଷ ଖରିଫ ଚାଷ ପାଇଁ ବ୍ଲକ ର ୧୦,୮୦୦ ହେକ୍ଟର ଜମିରେ ଚାଷ କରିଵପାଇଁ ଲକ୍ଷ ଧାର‌୍ୟ୍ୟ କରାଯାଇଛି । ତେବେ ଆଷାଢ଼ ମାସରେ ଅସହ୍ୟ ତାତି ଚାଷୀ ମାନଙ୍କ ମହଲରେ ଉଦବେଗ ଦେଖାଦେଇଛି । ଏହି ବ୍ଲକ ର ୩୦ ଗୋଟି ପଞ୍ଚାୟତ ମଧ୍ୟରୁ ଚିକଲି,ବାଣିଆ ,ତାଳପଡ , ମଥୁରା , ଡିମିରିଆ, ବିକ୍ରମପୁର,କେଶପୁର,  ପ୍ରଭୃତି ପଂଚାୟତରେ ବର୍ଷା ଭାବରେ ଜନିତ ସମସ୍ୟା ଉଦବେଗ ଜନକ ହେଲାଣି । ଏଣେ ରାଜ୍ୟ ସରକାର ଦେଉଥିବା କଳିଆ ପଇସା ଓ କେନ୍ଦ୍ରସରକାର ଦେଉଥିବା କ୍ଟ୍ରଜ୍ଞ କିଷାନ ପଇସା ପାଇ କେତେକ ଅଣ ଚାଷୀ ମଦ ଖାଈ ବୁଲୁଥିବା ବେଳେ ପ୍ରକୃତ ଚାଷୀ ମାନେ ଏହି ଯୋଜନା ରେ ବଞ୍ଚିତ ହୋଇ ଅସନ୍ତୋଷ ରେ କାଳାତିପାତ କରୁଛନ୍ତି । ଏଣେ କଲେଜ ପିଲାଙ୍କୁ କାଳିଆ ଟଙ୍କା ମିଳୁଥିବା ବେଳେ ପ୍ରକୃତ ଭାଗଚାଷୀ ଓ ଭୁମିହୀନ ଚାଷୀ ଓ କୃଷି ଶ୍ରମିକ ମାନେ ସହାୟତା ପାଇବା ପରିବର୍ତ୍ତେ ଜମି ମାଲିକଙ୍କ ଦଉରାତ୍ମ୍ୟ ର ଶିକାର ହେଉଥିବା ଅଭିଯୋଗ ହେଉଛି । ଆଗାମୀ ୩ଦିନ ମଧ୍ୟରେ ବର୍ଷା ନହେଲେ ଅଗକୁ ରୁଆବେଉସା କ୍ଷେତ୍ରରେ ବିଳମ୍ବ ହେବା ସହିତ ସମ୍ପୂର୍ଣ୍ଣ ଗଜମରୁଡ଼ି ହୋଇଯିବବୋଲି ଚାଷୀ ମାନେ ଆଶଙ୍କା ପ୍ରକଟ କଲେଣି । ବିଳମ୍ବିତ ମୌସୁମୀ ଯୋଗୁଁ ଚାଷୀ ମନେ ଧାନ ଚାଷ ପ୍ରତି ବିମୁଖତ ପ୍ରକାଶ କରି ଦାଦନ ମୁହାଁ ହେଉଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ