ଆସନ୍ତାକାଲିଠାରୁ ଯୁକ୍ତ ୨ ଖାତା ଦେଖା

ଭୁବନେଶ୍ୱର: ଜୁନ ୧ ତାରିଖରୁ ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା । ଏହା ମୁଲ୍ୟାୟନ ୨ଟି ପର୍ୟ୍ୟାୟରେ ଏବଂ ୨ଟି ସିଫ୍ଟରେ ହେବ । ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ଟା୩୦ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ । ପରବର୍ତି ପର୍ୟ୍ୟାୟ ଅଫଲାଇନରେ ଖାତା ମୁଲ୍ୟାୟନ ହେବ । ଖାତା ମୁଲ୍ୟାୟନ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜୁନ୍‌ ପହିଲାରୁ ଯୁକ୍ତ୨ ଖାତା ମୂଲ୍ୟାୟନ ହେବ। ଏଥର ଦୁଇଟି ପର୍ୟ୍ୟାୟରେ ଖାତା ଦେଖା ହେବ। ପ୍ରଥମ ପର୍ୟ୍ୟାୟରେ ଅନ୍‌ଲାଇନ୍‌ ଓ ଦ୍ବିତୀୟ ପର୍ୟ୍ୟାୟରେ ଅଫ୍‌ଲାଇନ୍‌ରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୩୬ଟି ମୂଲ୍ୟାୟନ କେନ୍ଦ୍ରରେ ୪ ହଜାରରୁ ଅଧିକ ଅଧ୍ୟାପକ ଅନ୍‌ଲାଇନ୍‌ରେ ଖାତା ଦେଖିବେ। ଦୁଇଟି ସିଫ୍ଟରେ ଏହି ମୂଲ୍ୟାୟନ ହେବ। ପ୍ରଥମ ସିଫ୍ଟ ସକାଳ ୭ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ଓ ଦ୍ବିତୀୟ ସିଫ୍ଟରେ ଅପରାହ୍ନ ୧ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ଯାଏ ମୂଲ୍ୟାୟନ କରାଯିବ। ଜୁନ୍‌ ୧ରୁ ପ୍ରଥମେ ବିଜ୍ଞାନ ବିଭାଗର ଉତ୍ତର ଖାତା ମୂଲ୍ୟାୟନ ହେବାକୁ ଥିବା ବେଳେ ପରବର୍ତୀ ସମୟରେ ବାଣିଜ୍ୟ ବିଭାଗର ସମସ୍ତ ବିଷୟର ଖାତାଗୁଡ଼ିକର ଇ-ମୂଲ୍ୟାୟନ ହେବ। ଦ୍ବିତୀୟ ପର୍ୟ୍ୟାୟରେ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଖାତା ମୂଲ୍ୟାୟନ କରାଯିବ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ