ଆସନ୍ତାକାଲି ଠାରୁ ସାରା ଓଡିଶାକୁ ଭିଜାଇବ ମୌସୁମୀ ବର୍ଷା

(ଯୁଗାବ୍ଦ ନ୍ୟୁଜ୍)ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧୀରେ ଧୀରେ ପଶ୍ଚିମ ଦିଗ ଆଡ଼କୁ ମାଡ଼ିକୁ ଗତିକରୁଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ”୩୦ ଜୁନ୍ ପୂର୍ବାହ୍ନରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏବଂ ବର୍ଷା ୩ ଜୁଲାଇ ପର‌୍ୟ୍ୟନ୍ତ ଲାଗି ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ଏହି ପ୍ରଭାବରେ ରାଜ୍ୟର  ଅନେକ ଜିଲ୍ଲା ଯଥା,ପୁରୀ, କଟକ, ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଯାଜପୁର, ଢେଙ୍କାନାଳ, ବୌଦ୍ଧ, ଅନଗୁଳ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସମ୍ବଲପୁର, ସୋନପୁର, ବରଗଡ଼, ନବରଙ୍ଗପୁର ଏବଂ ଦେଓଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।୩୦ ଜୁଲାଇ ଏବଂ ୧ ଜୁଲାଇରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନଗୁଳ ଏବଂ ନୟାଗଡ଼ରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ