ଆସନ୍ତାକାଲି ରଥଯାତ୍ରା ପ୍ରସଙ୍ଗରେ ଶୁଣାଣି

ପୁରୀ: ରଥଯାତ୍ରା ପ୍ରସଙ୍ଗରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ରଥଯାତ୍ରା ହେବାକୁ ଥିବା ପୁନଃବିଚାର ପାଇଁ ଏକାଧିକ ଆବେଦନ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭର୍ଚୁଆଲ୍‌ କୋର୍ଟ-୩ ନମ୍ବରରେ ଆସନ୍ତା ସୋମବାର ପୂର୍ବାହ୍ନ ୧୧ ଟା ସମୟରେ ଭିସି ମାଧ୍ୟମରେ ସୁପ୍ରିମକୋର୍ଟରେ ରଥଯାତ୍ରା ପ୍ରସଙ୍ଗରେ ୧୧ ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହେବ। ଜଷ୍ଟିସ୍‌ ଏସ୍‌. ରବୀନ୍ଦ୍ର ଭଟ୍ଟ ଏହି ଆବେଦନର ଶୁଣାଣି କରିବେ। ଏପଟେ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଆଜି ବର୍ଷିଛନ୍ତି। ସେ ସିଧାସଳଖ କହିଛନ୍ତି, ରଥଯାତ୍ରା ପରମ୍ପରା ବନ୍ଦ ପୂର୍ବରୁ ଧାର୍ମିକ ତଥା ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ଅଣଦେଖା କରାଯାଇଛି। ଆବଶ୍ୟକ ବିଚାରବିମର୍ଶ କରାଯାଇନି। ଏଭଳି ଆଦେଶ ଦେବା ପୂର୍ବରୁ ପର୍ଯ୍ୟାପ୍ତ ଆଲୋଚନା ଓ ବିଚାରବିମର୍ଶର ଆବଶ୍ୟକତା ଥିଲା। କିନ୍ତୁ ସେଭଳି ନକରି ଶହ ଶହ ବର୍ଷର ପରମ୍ପରାକୁ ବିଲୋପ କରିଦେବାକୁ ଚେଷ୍ଟା କରାଯାଇଛି। ଏଭଳି ହେଲେ ମହାପ୍ରଭୁ କେବେ ବି କ୍ଷମା ଦେବେନି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ