ଆସନ୍ତା୧୫ ରେ ଶକ୍ତି ଦେଖାଇବ କଂଗ୍ରେସ

ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ହାଇକମାଣ୍ଡଙ୍କ ଫୋକସରେ ଓଡିଶା । ଆସନ୍ତା ୧୫ ତାରିଖରେ ଦିନିକିଆ ବରଗଡ ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବାରମ୍ବାର ବାତିଲ ହେବା ପରେ ରାହୁଲ ଗାନ୍ଧୀଙ୍କ ବରଗଡ଼ ଗସ୍ତ ଚୂଡ଼ାନ୍ତ ହୋଇଛି। ତେବେ ଆସନ୍ତା ୧୫ ତାରିଖ ରାହୁଲ ବରଗଡ଼ ଆସିବେ। ସହର ଉପକଣ୍ଠସ୍ଥ ସରସରା ପଡ଼ିଆଠାରେ ସେ ସାଧାରଣ ସଭାକୁ ଉଦବୋଧନ ଦେବା କାର‌୍ୟ୍ୟକ୍ରମ ରହିଛି। କାର‌୍ୟ୍ୟସୂଚୀ ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟାହ୍ଣ ୧୨ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ରାୟପୁରଠାରେ ପହଂଚିବେ । ଏହାପରେ ଦିନ ୧ଟାରୁ ୨ଟା ୧୫ମିନିଟ୍ ମଧ୍ୟରେ ବରଗଡ ଜନସମାବେଶରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଏହାପରେ ସେ ରାୟପୁର ଫେରି ଯିବେ । ଏବଂ ସେଠାରୁ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର‌୍ୟ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତ ପୂର୍ବରୁ ବରଗଡ କଂଗ୍ରେସ ନେତୃବୃନ୍ଦ ସଭାସ୍ଥଳ ପରିଦର୍ଶନ କରିବା ସହିତ ସ୍ଥିତି ପରଖିଛନ୍ତି । ସେପଟେ, ପ୍ରଶାସନିକ ସ୍ତରରେ ମଧ୍ୟ ରାହୁଲଙ୍କ ସୁରକ୍ଷା ପାଇଁ ଆଲୋଚନା ହୋଇଛି। ଏପ୍ରିଲ ୧୮ ତାରିଖ ରାଜ୍ୟର ୫ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ । ସେଥିମଧ୍ୟରୁ ବରଗଡ ସଂସଦୀୟ କ୍ଷେତ୍ରକୁ ଦୃଷ୍ଟିରେ ରଖି ପୁଣି କଂଗ୍ରେସ ହାଇକମାଣ୍ଡା ଗସ୍ତ କରୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ