ଆସନ୍ତା କାଲି ବନ୍ଦ ରହିବ ରାଜ୍ୟର ସମସ୍ତ ବିଦ୍ୟାଳୟ
ଭୁବନେଶ୍ବର- ବୁଧବାର ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତାକାଲି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଞ୍ଚର ଦେଶବ୍ୟାପୀ ସାଧାରଣ ଧର୍ମଘଟ। ବେକାରୀ, ବେରୋଜଗାରୀ, ଶ୍ରମ ଆଇନ କୋଅର୍ଡିଫିକେସନ, ଘରୋଇକରଣ ଆଦି ପ୍ରତିବାଦରେ ୧୨ଦଫା ଦାବିରେ ୨୪ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି।


