ଆସନ୍ତା ନଭେମ୍ବର ୧ ତାରିଖ ଠାରୁ ଆର୍ମି ରିକୃଟମେଣ୍ଟ ରାଲି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷ ନଭେମ୍ବର ମାସ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ରଙ୍ଗେଇଲୁଣ୍ଡାର ଏୟାରଷ୍ଟ୍ରିପ୍ ଠାରେ ଆର୍ମି ରିକୃଟମେଣ୍ଟ ରାଲି ଅନୁଷ୍ଠିତ ହେବ । ଅଗ୍ନିପଥ ଯୋଜନାରେ ଦକ୍ଷିଣ ଓଡିଶାର ଯୁବକଗଣ କର୍ମ ନିଯୁକ୍ତିର ସୁଯୋଗ ପାଇବେ। ଏହାର ସୁପରିଚାଳନା ନେଇ ଜିଲ୍ଲା ସ୍ରରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶକ୍ରମେ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ସ୍ବାଗତ ଜଣାଇ ଅବଗତ କରାଇଥିଲେଯେ, ଗଞ୍ଜାମ ଜିଲ୍ଲାପାଳ ଆର୍ମି ରିକୃଟ୍ ମେଣ୍ଟ ରାଲିକୁ ପ୍ରାଥମିକତା ଦେଉଛନ୍ତି । ଯୁବକଗଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ, ତେଣଉ ସମସ୍ତ ପ୍ରକାର ଆନୁସଙ୍ଗୀକ ବ୍ୟବସ୍ଥା ଯେପରି ସଠିକ୍ ହେବ ସେ ଦିଗରେ ପ୍ରୟାସ କରିବାକୁ ସମସ୍ତଙ୍କୁ ଜଣାଇଥିଲେ । ନଭେମ୍ବର ମାସ ୧ ତାଖ ଠାରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିଯାରେ ସାମିଲ ହେବା ସକାଶେ ଯୁବକଗଣ ଅନ୍ ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରାଇବା ଜରୁରୀ ବୋଲି ରାଲିର ନିର୍ଦ୍ଦେଶକ କର୍ଣ୍ଣେଲ ଶ୍ରୀ ଆନନ୍ଦ ତନ୍ତୀ ବ୍ୟକ୍ତ କରି ରାଲିର ପ୍ରସ୍ତୁତି ଦିଗରେ ବିଭିନ୍ନ ବ୍ୟବସ୍ଥା ହେବା ଜରୁରି ସେସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ଆର୍ମି ରିକୃଟମେଣ୍ଟରେ ଅଂଶ ଗ୍ରହଣ କରୁଥିବା ଯୁବକଗଣଙ୍କୁ ଅନୁରୋଧ ସେମାନେ କାହାକୁ କର୍ମନିଯୁକ୍ତି ସକାଶେ ଉତ୍କୋଚ ବା ଲାଞ୍ଚ ଦେବେ ନାହିଁ କି କୌଣସି ଠକ ବ୍ୟକ୍ତିର ପ୍ରରୋଚନାରେ ରହିବେ ନାହିଁ । ଆର୍ମି ଅଧିକାରୀଙ୍କ ସହ ପରିଚୟ ଅଛି କହି ଅନେକ ଠକ ବ୍ୟକ୍ତି ଠକିବାର ନଜର ରହିଛି । ଏଣୁ ଏହି ମିଥ୍ୟା ଠକାମୀ ରେ ନ ପଡିବା ପାଇଁ ଯୁବକ ମାନଙ୍କୁ ସତର୍କ କରାଇ ଦିଆଯାଇଛି । ବୈଠକରେ ରାଲି ସକାଶେ ଆଇନ୍ ଶୃଙ୍ଖଳା ପରିସ୍ଥିତି, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ପ୍ରଚାର ପ୍ରସାର, ସଫେଇ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପ୍ରତିଯୋଗୀଙ୍କ ସକାଶେ ଯେପରି ସୁବିଧାରେ ରାଲିରେ ଅଂଶ ଗ୍ରହଣ କରିବେ ତାହାର ଆନୁସଙ୍ଗୀକ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ସବିଶେଷ ଆଲୋଚନା ହୋଇଯାଇଛି । ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ମିଶ୍ର, ସହକାରୀ ଜିଲ୍ଲାପାଳ ଏମ୍. ପ୍ରମୋଦ କୁମାର ବେହେରା, ଆଞ୍ଚଲିକ ନିୟୋଜନ ନିର୍ଦ୍ଦେଶକ ରାବଣ ମୂର୍ତ୍ତି ଖିଲାନା, ଆଞ୍ଚଲିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ରଶ୍ମୀରାଣୀ ନିମାକା ପ୍ରମୁଖ ଅନ୍ୟାନ୍ୟ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଧନ୍ୟବାଦ ପ୍ରସଙ୍ଗ ଉପସ୍ଥାପନ କରି ରାଲିଟି ଯେଭଳି ସଫଳ ହେବ ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ