ଆସନ୍ତା ମାସ ଶେଷରୁ ଲାଗୁ ହେବ ଭଡାରେ ରିହାତି

ଏସି ଚେୟାର କାର ଓ ଏକଜିକ୍ୟୁଟିଭ ଟିକେଟ ହେବ ଶସ୍ତା ଶତାବ୍ଦୀ, ଗତିମାନ, ତେଜସ, ଡବଲ ଡେକର, ଇଂଟରସିଟି ଭଳି ରେଳଗାଡିର ଏସି ଚେୟାର କାର ଏବଂ ଏକଜିକ୍ୟୁଟିଭ ବର୍ଗରେ ସିଟ ଉପରେ ରିହାତି ଭଡା ଯୋଜନା ଆସନ୍ତା ମାସ ଶେଷରେ ଲାଗୁ ହେବ । ରେଳ ଭଡାରେ ରିହାତି ପ୍ରଦାନ କରିବାର ଅଧିକାର କ୍ଷେତ୍ରୀୟ ରେଲୱେର ପ୍ରଧାନ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି । ଏହି ରିହାତି କେବଳ ସେହି ରେଳଗାଡିରେ ପ୍ରଦାନ କରାଯିବ ଯେଉଁଥିରେ ଗତ ବର୍ଷ ମାସିକ ୫୦ ପ୍ରତିଶତରୁ କମ ସିଟ ସଂରକ୍ଷିତ ହୋଇ ପାରିଥିଲା । ରେଳ ଟିକେଟରେ ଏହି ରିହାତି ମୂଳ ଭଡା ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ମିଳି ପାରିବ । ସଂରକ୍ଷଣ ଶୁଳ୍କ, ସୁପରଫାଷ୍ଟ ଶୁଳ୍କ, ଜିଏସଟି ଇତ୍ୟାଦି ଅଲଗା ଭାବେ ଲାଗୁ ହେବ । ଏହି ରିହାତି ଯାତ୍ରାର ପ୍ରଥମ କିମ୍ବା ଅନ୍ତିମ ପର୍ଯ୍ୟାୟ ପାଇଁ ଲାଗୁ ହେବ । ଏହି ରିହାତି ଯାତ୍ରାର ମଧ୍ୟବର୍ତୀ କାଳ କିମ୍ବା ସମ୍ପୂର୍ଣ୍ଣ ଯାତ୍ରା ପାଇଁ ମଧ୍ୟ ପ୍ରାପ୍ତ କରାଯାଇ ପାରିବ । ରିହାତିର ଲାଭ ସାପ୍ତାହିକ, ସପ୍ତାହାନ୍ତ, ମାସିକ, ଋତୁକାଳିନ, ବର୍ଷର ଏକ ଭାଗ କିମ୍ବା ବାର୍ଷିକ ପ୍ରାପ୍ତ କରାଯାଇ ପାରିବ । ରେଲୱେ ବୋର୍ଡର ବାଣିଜ୍ୟ ନିର୍ଦ୍ଦେଶାଳୟ ସମସ୍ତ ମଣ୍ଡଳ କାର୍ଯ୍ୟାଳୟର ସମସ୍ତ ରେଳଗାଡିରେ ଚେୟାର କାର ଏବଂ ଏକଜିକ୍ୟୁଟିଭ ବର୍ଗରେ ମୋଟ ସଂରକ୍ଷିତ ସିଟ ଗୁଡ଼ିକୁ ସେପ୍ଟେମ୍ବର ୩୦, ୨୦୧୯ ପର୍ଯ୍ୟନ୍ତ ସମୀକ୍ଷା କରିବା ପରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛି । ସମ୍ପ୍ରତି ଜାରି କରାଯାଇଥିବା ରିହାତି ଯୋଜନା ନିମ୍ନ ରେଳଗାଡିଗୁଡିକରେ ପୂର୍ବ ଭଳି ଲାଗୁ ହେବ । ବେଙ୍ଗଲୁରୁ-ମହିଶୁୁର-ବେଙ୍ଗଲୁରୁ ସେକ୍ସନରେ ୧୨୦୦୭/୧୨୦୦୮ ଚେନ୍ନାଇ ସେଂଟ୍ରାଲ-ମହିଶୁର ଶତାବ୍ଦୀ ଏକ୍ସପ୍ରେସ, ଅହମ୍ମଦାବାଦ-ଭଦୋଦରାରେ ୧୨୦୧୦ ଅହମ୍ମଦାବାଦ-ମୁମ୍ବାଇ ମଧ୍ୟ ଶତାବ୍ଦୀ ଟ୍ରେନ, ଜଳପାଇଗୁଡି-ମାଲଦା ସେକ୍ସନରେ ୧୨୦୪୨ ନ୍ୟୁ ଜଳପାଇଗୁଡି-ହାଓଡା ଶତାବ୍ଦୀ ଏକ୍ସପ୍ରେସ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ