ଆସନ୍ତା ସୋମବାରଠାରୁ ଆନ୍ତରାଜ୍ୟ ବସ୍ ସେବା ବନ୍ଦ
ଭୁବନେଶ୍ୱର, (ୱାଇଏନ୍ଏସ୍): ଆସନ୍ତା ସୋମବାରଠାରୁ ସବୁ ଅନ୍ତରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ। ରାଜ୍ୟ ଭିତରେ କେବଳ ବସ ଚାଲିପାରିବ। ବସ୍ ଗୁଡ଼ିକ କେବଳ ସିଟିଂରେ ନେଇପାରିବେ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଅଟୋ ଓ ଟ୍ୟାକ୍ସିରେ ୨ ଜଣ ଯାତ୍ରୀ ଯାଇପାରିବେ। ସିନେମା ହଲ୍ରେ ୫୦ ପ୍ରତିଶତ ସିଟ୍ ପାଇଁ ଅନୁମତି ମିଳିବ। ଯାତ୍ରାରେ ୨ ହଜାର ଜାଗାରେ ଏଣିକି ୧ ହଜାର ଦର୍ଶକ ବସିପାରିବେ। ସରକାରୀ ଅଫିସରେ ୫୦% କର୍ମଚାରୀଙ୍କୁ ନେଇ ଚାଲିବ କାର୍ଯ୍ୟ। ବେସରକାରୀ କାର୍ଯ୍ୟାଳୟ କର୍ମଚାରୀ ହ୍ରାସ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମହାମାରୀ କରୋନାର ଲେଉଟାଣୀରେ ଯୁବବର୍ଗ ଆକ୍ରାନ୍ତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ରୁ ୪୦ ପ୍ରତିଶତ ଯୁବକବର୍ଗ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେଣୁ କଥା ହେଲା ବେଳେ ମାସ୍କ ପିନ୍ଧନ୍ତୁ। ମାସ୍କ ନାକ ଓ ପାଟି ଘୋଡ଼ାଇ ରଖନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ।