ଆସନ୍ତା ସୋମବାର ବାଲେଶ୍ୱର ସଦର ବ୍ଲକରେ ହେବ ମିଳିତ ଅଭିଯୋଗ ଶୁଣାଣୀ

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍):: ଆସନ୍ତା ଜୁଲାଇ ୨୨, ସୋମବାର ଦିନ ବାଲେଶ୍ୱର ସଦର ବ୍ଲକ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହିବେ । ଦିବା ୧୦ ଘଟିକା ଠାରୁ ଏହା ଆରମ୍ଭ ହୋଇ ସମସ୍ତ ଅଭିଯୋଗର ଶୁଣାଣୀ ଶେଷ ହେବା ପର୍ଯ୍ୟନ୍ତ ଏହା ଚାଲିବ । ଏଥିରେ ଜନସାଧାରଣ ସେମାନଙ୍କର ବିଭିନ୍ନ ଆପତି, ଅଭିଯୋଗ ଉପସ୍ଥାପନ କରିପାରିବେ । ଲୋକମାନଙ୍କର ବିଭିନ୍ନ ସମସ୍ୟାଗୁଡିକୁ ପ୍ରାଥମିକତା ଦେଇ ଶିବିରରେ ସେସବୁର ତ୍ୱରିତ ସମାଧାନ ନିମନ୍ତେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଗୁୁରୁତ୍ୱାରୋପ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ