ଆସନ୍ତା ୧୦ରେ ରାଜଶ୍ରୀର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ, ରାଜଶ୍ରୀ ବିଶେଷାଙ୍କ ସହିତ ପୁସ୍ତକ ଲୋକାର୍ପଣ, ସମ୍ବର୍ଦ୍ଧନା ସଭା, ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ସାଂସ୍କୃତିକ ସମାରୋହ ଆସନ୍ତା ୧୦ତାରିଖ ଶନିବାର ପୂର୍ବାହ୍ନ ୧୦ ଘଟିକାରେ ପୁରୀସ୍ଥିତ ଜିଲ୍ଲା ସାଂସ୍କୃତି ଭବନରେ ଅନୁଷ୍ଠିତ ହେବ । ଏହି ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ସମାରୋହର ଦୁଇଟି ଅଧିବେଶନରେ ରାଜ୍ୟପାଳଙ୍କ ବ୍ୟତିତ ଓଡିଶା ବିଧାନ ସଭା ସଚିବ ଦାଶରଥି ଶତପଥୀ, ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଡଃ. ରଞ୍ଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ବିଶିଷ୍ଟ ସାହିତ୍ୟିକ ଲୋକନାଥ ମିଶ୍ର, ଶ୍ରୀମନ୍ଦିର ଦଇତା ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର, ବରିଷ୍ଠ ସ୍ତମ୍ବକାର ଶ୍ରୀରାମ ଦାଶ, ଓଡିଶା ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଡଃ. ସଂଗ୍ରାମ କେଶରୀ ସାମନ୍ତରାୟ, ସଞ୍ଜୟ କୁମାର ରଥ,ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ଓଡିଶା ଖଣି ନିଗମର ବରିଷ୍ଠ ଇଂ ଭରତ ଚରଣ ବେହେରା, ଭକ୍ତ ଚରଣ ସାହୁ, ରାଜଶ୍ରୀର ସଭାପତି ପରିବେଶବିତ କାଶୀନାଥ ସାହୁ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କବି, କଥାକାର ଓ ସାହିତ୍ୟିକମାନେ ଅଂଶଗ୍ରହଣ କରିବେ ବୋଲି ସମ୍ପାଦକ ହେମନ୍ତ ଜେନା ଜଣାଇଛନ୍ତି ।