ଆସନ୍ତା ୧୪ତାରିଖ ଆନ୍ଦୋଳନରେ ଚାଷୀଙ୍କୁ ସାମିଲ ପାଇଁ ସିପିଆଇର ନିବେଦନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସ୍ୱାଧୀନତାର ୭୪ବର୍ଷ ପରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ରେଳ ବିଭାଗ ଭଳି ଅତ୍ୟାବଶ୍ୟକ ବିଭାଗ ଗୁଡିକ ସରକାରୀ କରଣ ବଦଳରେ ଘରୋଇ କରଣ ହେଉଛି । ଆମେ ଦୀର୍ଘବର୍ଷ ତଳେ ଯେଉଁ ବ୍ରିଟିଶ କମ୍ପାନୀକୁ ବିତାଡିତ କରିଥିଲେ ଆଜି ସେ ନୂଆ ରୂପରେ ଆମ ଦେଶକୁ ଆସି ଅର୍ଥନୈତିକ ପରାଧୀନତା କରିସାରିଲାଣି । କରୋନା ମହାମାରୀ ବେଳେ ଆମର ଜିଡିପି ସର୍ବନିମ୍ନରେ ଥିବା ବେଳେ କେନ୍ଦ୍ର ସରକାର ଖାଲି ମିଛଟାରେ ଗାଲୁ ଭୁରୁଡି ମାରୁଛନ୍ତି । ୧୯୫୫ ମସିହାର ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦ୍ରବ୍ୟ ଆଇନକୁ ବଦଳାଇ ୩ଟି କୃଷି ଆଇନ ପାରିତ କରିଛନ୍ତି । ଯାହା ଦ୍ୱାରା ସଂପୂର୍ଣ୍ଣ ଚାଷ ବୁଡିଯିବ, ଚାଷୀ ମରିଜିବ, ସର୍ବନିମ୍ନ ସହାୟକ ମୂଲ୍ୟ ବଦଳରେ ସରକାର ସର୍ବୋଚ୍ଚ ସହାୟକ ମୂଲ୍ୟ ଧାନ କ୍ୱିଂଟାଲ ପିଛା ୫ହଜାର ଟଙ୍କା, କୃଷି ବିଲକୁ ପ୍ରତ୍ୟାହାର କରାଯିବା, ବିଦ୍ୟୁତ ଆଇନ-୨୦୨୦କୁ ବାତିଲ କରାଯିବା, କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ଚାଷୀଙ୍କୁ ପରିଚୟପତ୍ର ସହିତ ମାସିକ ୩ହଜାର ଟଙ୍କା ପେନସନ ପାଇଁ ଦିଲ୍ଲୀ ଡାକରାରେ ଆସନ୍ତା ୧୪ତାରିଖ ସକାଳ ୮ଟାରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବହୁ ସଂଖ୍ୟାରେ ଚାଷୀ ଯୋଗଦେବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ତଥା ଆଇନଜୀବି ରମଣୀରଞ୍ଜନ ରାଉତରାୟ, ସହ ସମ୍ପାଦକ ଆଦିକନ୍ଦ ରାଉଳ, ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ବାବାଜୀ ଧଳ, ରଞ୍ଜନ ମଲ୍ଲିକ, ବିକାଶ ଚନ୍ଦ୍ର ବେଉରା ପ୍ରମୁଖ ନିବେଦନ କରିଛନ୍ତି ।


