ଆସନ୍ତା ୧୪ ରେ ଭାରତୀୟ ଅଲମ୍ପିକ ଦଳର ସମ୍ମାନାର୍ଥେ ରାଷ୍ଟ୍ରପତିଙ୍କ ହାଇ ଟି

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୪ ତାରିଖ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଭାରତୀୟ ଅଲମ୍ପିକ ଦଳକୁ ସମ୍ମାନ ଜଣାଇବା ନିମନ୍ତେ ‘ହାଇ ଟି’ (ଚା-ଜଳଖିଆ)ର ଆୟୋଜନ କରିବେ । ରାଷ୍ଟ୍ରପତି କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି । ରାଷ୍ଟ୍ରପତି ଭବନ ସ୍ଥିତ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଟୋକିଓ ଅଲମ୍ପିକ ୨୦୨୦ ର ଭାରତୀୟ ଦଳକୁ ଭେଟିବେ ରାଷ୍ଟ୍ରପତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ ଦଳ ଟୋକିଓ ଅଲମ୍ପିକ ୨୦୨୦ରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହିତ ମୋଟ୍ ୭ଟି ପଦକ ବିଜୟ କରି ଅଲମ୍ପିକରେ ବର୍ତମାନ ସୁଦ୍ଧା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ