ଆସନ୍ତା ୧୬ରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆସନ୍ତା ୧୬ତାରିଖରୁ ଆରମ୍ଭ ହେବାକୁ ଯାଉଛି +୨ ବାର୍ଷିକ ପରୀକ୍ଷା । ଏହି ପରୀକ୍ଷା ମାର୍ଚ୍ଚମାସ ୨୦ତାରିଖରେ ଶେଷ ହେବ । ଏହି ପରୀକ୍ଷା ପାଇଁ ଜିଲ୍ଲାର ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଶ୍ନପତ୍ର ହବ୍ କରାଯାଇ ସେଠାରେ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ଗୁଡିକୁ ଗଛିତ ରଖାଯାଇଛି । ୨୪ ଙ୍ଘ ୭ଏହି ପ୍ରଶ୍ନପତ୍ର ହବ୍ ଗୁଡିକ ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥାରେ ରହିବାର ବ୍ୟବସ୍ଥା କରାଯାଇଛି । ସେହି ପ୍ରଶ୍ନପତ୍ର ହବ୍ ଗୁଡିକରୁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ଜଣେ ଜଣେ ଅବଜରଭର୍ ଓ ଏପିଆର୍ ପୋଲିସ ଫୋର୍ସଙ୍କ କଡା ସୁରକ୍ଷାରେ ପରୀକ୍ଷା ଦିନ ପୂର୍ବାହ୍ନ ସାଢେ ୮ଟା ଭିତରେ ପ୍ରଶ୍ନପତ୍ର ପହଞ୍ଚିବାର ବ୍ୟବସ୍ଥା କରାଯାଇଛି । ସଂପୃକ୍ତ ପରୀକ୍ଷା କେନ୍ଦ୍ରରେ ପ୍ରତ୍ୟେକ ଦିନ ପରୀକ୍ଷା ଆରମ୍ଭ ପୂର୍ବରୁ ଅବଜରଭର ଓ ପରୀକ୍ଷାକେନ୍ଦ୍ରର ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯିବାର ନିର୍ଦେଶ ରହିଛି । ଜିଲ୍ଲାର ସେହି ୭ଟି ପ୍ରଶ୍ନପତ୍ର ହବ୍ ଗୁଡିକ ହେଉଛି କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏସ.ଏନ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଜକନିକା, ୟୁ. କେ. ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଦନପୁର, ରାଜନଗର, ପଟ୍ଟାମୁଣ୍ଡାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାର୍ଶାଘାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଏଲ. ଏନ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋରୁଆ, ଗରଦପୁର । ଏହି ପରୀକ୍ଷା ନିମନ୍ତେ ଜିଲ୍ଲାର ୪୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କରାଯାଇଥିବା ପରୀକ୍ଷା କେନ୍ଦ୍ର ଗୁଡିକରେ ୧୨ହଜାର ୩୪୯ଜଣ ଛାତ୍ରଛାତ୍ରୀ ସି.ସି. ଟିଭି ସର୍ଭେଲାନମଧ୍ୟରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା ପ୍ରଶ୍ନପତ୍ର ହବ୍‌ରୁ ତୁଳସୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆୟବା ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦ୍ରାପଡା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏଚ.ଏନ.ଏସ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚାନ୍ଦୋଳ, ଡେରାବିଶ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡେରାବିଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିଆ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନିକିରାଇ ଓ ବିରୂପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଇନ୍ଦୁପୁର ଭଳି ୯ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ତା’ ନିଜର ବିଜ୍ଞାନରେ ୫୧୦ଜଣ, କଳାରେ ୩୭୬ଜଣ ଓ ବାଣିଜ୍ୟରେ ୩୨୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ସହିତ ଅନ୍ୟ ୭ଟି ବାରୂଅ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଓମ୍‌ଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଲେଜ ଛକର କେନ୍ଦ୍ରାପଡା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାର୍ଶାଘାଇ ଆର.ଏମ.ଏନ. ଇନଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ, ହଳଦିଆର ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶିଳିପୁର ଡଲଫିନ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଦୁହୁରିଆ ଲୋଟୋସ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮୬୦ଜଣ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ପରୀକ୍ଷା ନିୟନ୍ତ୍ରଣ କେନ୍ଦ୍ରର ପରିଚାଳକ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣଙ୍କ ଠାରୁ ସୂଚନା ମିଳିଛି । ପ୍ରଶ୍ନପତ୍ର ହବ୍‌ରୁ ପ୍ରଶ୍ନପତ୍ର ସହିତ ଯାଉଥିବା ଅବଜରଭର୍‌ମାନେ ପ୍ରତି ପରୀକ୍ଷା କେନ୍ଦ୍ରରେପରୀକ୍ଷାର ସ୍ଥିତି ନିରିକ୍ଷଣ କରିବା ସହିତ ପରୀକ୍ଷା ଶେଷ ହେବା ପରେ ଉତ୍ତରଖାତା ଗୁଡିକ ସେଠାରୁ ସଙ୍ଗରେ ଆଣି ପ୍ରଶ୍ୱପତ୍ର ହବ୍‌ରେ ଦାଖଲ କରିବେ । ସେଠାରୁ ସଂପୃକ୍ତ ଉତ୍ତର ଖାତା ଗୁଡିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଧାରିତ ଖାତାଦେଖା କେନ୍ଦ୍ର ଗୁଡିକୁ ସେହିଦିନ ପଠାଇ ଦିଆଯିବ ବୋଲି ପରୀକ୍ଷା ନିୟନ୍ତ୍ରଣ କେନ୍ଦ୍ରର ପରିଚାଳକ ପ୍ରାଧ୍ୟାପକ ଶ୍ରୀ ପୁହାଣ କହିଛନ୍ତି । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସଂପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଧିକ୍ଷକ ଦାୟୀତ୍ୱ ନିର୍ବାହ କରିବେ ବୋଲି ସୂଚନା ମିଳିଛି । ଏହାବ୍ୟତିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଠିତ ସ୍କ୍ୱାର୍ଡ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠିତ ସ୍କ୍ୱାର୍ଡ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ