ଆସନ୍ତା ୧୭ରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆସନ୍ତା ୧୭ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ରାଜୀବ ଗାନ୍ଧୀ ସୋଶିଆଲ ଓ୍ବଲଫର ଅର୍ଗାନାଇଜେସନ ଅର୍କଶ୍ରୀ ପକ୍ଷରୁ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ହାଇଟେକର ମେଡିକାଲର ପେଟରୋଗ, ସ୍ତ୍ରୀରୋଗ, ଶିଶୁ ରୋଗ, ମେଡିସିନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ଏକ ମାଗଣା ସ୍ବାସ୍ଥ୍ୟସେବା ଶିବିର ଆୟୋଜନ କରାଯିବ । ଏତଦବ୍ୟତୀତ ଏହି ଶିବିରରେ ଲିଭର ସ୍କାନିଙ୍ଗ, ଇସିଜି, ବ୍ଲଡ ପେସର ଚେକିଂ, ଡିଇବେଟିସ ଚେକିଂ ଇତ୍ୟାଦି ମାଗଣାରେ କରାଯିବ । ସ୍ଥାନୀୟ ଅଞ୍ଚଳର ଲୋକେ ଏହାର ଲାଭ ଉଠାଇବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି । ଅଧିକ ଜାଣିବା ପାଇଁ ଏହି ୭୯୭୮୦୧୧୫୩୮ ମୋବାଇଲ ନମ୍ବରରେ ଯୋଗାଯୋଗ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ