ଆସନ୍ତା ୧୭ରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭ ଉଦଘାଟନ ହେବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆସନ୍ତା ୧୭ ତାରିଖରେ ବହପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ହେବ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ସମଗ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବେ ସାରା ରାଜ୍ୟ ବାସୀ । ପ୍ରତ୍ୟେକ ଘରୁ ଗୁଆ ଅରୁଆ ଚାଉଳ ସଂଗ୍ରହ କରାଯିବ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟବାସୀଙ୍କୁ ଏଥିଲାଗି ନିମନ୍ତ୍ରଣ କରାଯାଇଛି । ଏହାକୁ ସଫଳ ରୂପାୟନ କରିବା ଲାଗି ଶନିବାର ଛତ୍ରପୁର ଏନଏସି ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜୀତ ସାହୁ ଙ୍କ ଅଧ୍ୟକ୍ଷତାରର ଆୟୋଜିତ ପ୍ରସ୍ତୁତି ବୈଠକ ରେ ଛତ୍ରପୁର ଏନଏସି ର ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର, ଛତ୍ରପୁର ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ସୁଧୀର କାନ୍ତ ରଥ, ଅସିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଏହାର ସଫଳ ରୁପାୟନ ଲାଗି ଆଲୋଚନା କରିଥିଲେ l ଆସନ୍ତା ୮ ତାରିଖ ଠାରୁ ୧ ୫ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଏନଏସି ର ଘରକୁ ଘର ବୁଲି ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରାଯିବ, ଏହା ସହିତ ଶ୍ରୀ ଜଗନ୍ନାଥ ରଥ ଙ୍କ ସହ ସଂକୀର୍ତ୍ତନ ମଣ୍ଡଳୀ, ଯୋଡି ଶଙ୍ଖ, ଭଦ୍ର ଲୋକ, ଜନ ପ୍ରତିନିଧି ଓ ମିଶନ ଶକ୍ତିର ମା ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକମାନଙ୍କ ବୁଲି ଏହାର ପ୍ରଚାର ପ୍ରସାର କରିବା ସହିତ ପ୍ରତ୍ୟେକ ଘରୁ ଆଞ୍ଜୁଳାଏ ଚାଉଳ ଓ ଗୁଆ ସଂଗ୍ରହ କରିବ । ଏକ ମନ୍ଦିରରେ ସମସ୍ତ ଚାଉଳ ଓ ଗୁଆ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ