ଆସନ୍ତା ୧୮ ତାରିଖରୁ +୨ ପରୀକ୍ଷା

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଚଳିତ ବର୍ଷ ଉଚ୍ଚ ମାଧ୍ୟ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତ ଵର୍ତମାନ ଶେଷ ପର୍ଯ୍ୟାୟରେ ପହଂଚି ଛି ତେବେ ଆସନ୍ତା ୧୮ ତାରିଖରୁ +୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏକା ସମୟରେ ହେବ। ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ ହବ୍‌ଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ।ସେହିପରି ପରୀକ୍ଷା ସରିବା ମାତ୍ରେ ଖାତାଦେଖା ଆରମ୍ଭ ହେବ। ଅନ୍‌ଲାଇନ୍‌ ମୂଲ୍ୟାୟନକୁ ଏଥର ଗୁରୁତ୍ୱ ଦେଉଛି ପରିଷଦ। ବିଶେଷକରି କଳା ବିଭାଗର ଓଡ଼ିଆ ଓ ଇଂରାଜୀ ବିଷୟର ଖାତାଦେଖା ବହୁ ବିଳମ୍ବ ହୋଇଥାଏ। ତେଣୁ ପ୍ରଥମଥର ଏହାକୁ ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କରିବା ପାଇଁ ପରିଷଦ ପ୍ରସ୍ତୁତି କରିଛି। ପୂର୍ବରୁ ୨୭ଟି ଅନ୍‌ଲାଇନ୍‌ ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖା ହେଉଥିବା ବେଳେ ଏହାକୁ ୬୩କୁ ବଢ଼ାଯାଇଛି। ଫଳରେ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ଏକାବେଳେ ଏବଂ ରେକର୍ଡ ସମୟରେ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ