ଆସନ୍ତା ୯ ରୁ ୧୨ ତାରିଖ ହେବ ସୁକତେଲ ମହୋତ୍ସବ

ବଲାଙ୍ଗିର, (ଯୁଗାବ୍ଦ ନ୍ୟୁଜ):ବାନ୍ଧନଘୋର ରେ ଅନୁଷ୍ଠିତ ହେବ ଆସନ୍ତା ୯ ରୁ ୧୨ ତାରିଖ ଦ୍ୱିତୀୟ ବର୍ଷ ସୁକତେଲ ମହୋତ୍ସବ । ବଲାଙ୍ଗିର ସହରର ପାଟଣେଶ୍ୱରୀ ମନ୍ଦିର ଠାରେ ସର୍ବ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଲୋଗୋ କୁ ଉନ୍ମୋଚିତ କରିଥିଲେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ । ଏହି ଅବସରରେ ୪ ଦିନ ଧରି ଲୋକ ନୃତ୍ୟ, ଲୋକ ଗୀତ, ଲୋକ ନାଟକ ଅନୁଷ୍ଠିତ ହେବ ଯଦ୍ୱାରା ଲୋୟର ସୁକତେଲ ଅବବାହିକାରେ ଗଢିଉଠିଥିବା ସାହିତ୍ୟ ସଂସ୍କୃତି ର ପୁନରୁଦ୍ଧାର କରିବା ପାଇଁ ପ୍ରୟାସ ହେବ ବୋଲି ସୂଚନା ଦେଇଛନ୍ତି । କଳାକାର ସମାବେଶ ହେବ ଏବଂ ସଂସ୍କୃତି ସାହିତ୍ୟ ରେ ଗବେଷଣାରତ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବା ସଙ୍ଗେ ସଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ଆଜିର କାର୍ଯ୍ୟକ୍ରମରେ ସଭାପତି ବିଧୁଭୂଷଣ ସିଂଦେଓ ସଂଯୋଜନା କରିଥିବା ବେଳେ ପ୍ରଣୟ ଆନନ୍ଦ ତ୍ରିପାଠି, ମଳୟ ତ୍ରିପାଠି, ଶ୍ରିମୟ ତ୍ରିପାଠୀ, ଚିଙ୍କୁ ପ୍ରଧାନ, ମଧୁସୁଦନ ନାୟକ, ବ୍ୟାସଦେବ ପୁରୋହିତ, ପ୍ରହଲ୍ଲାଦ ଦର୍ଜି, ନରେନ୍ଦ୍ର କବାଟ, ମନୋରଂଜନ ପୁରୋହିତ, କଳା ସଙ୍ଗଠକ ଜୟକୃଷ୍ଣ ମିଶ୍ର, ପ୍ରଶାନ୍ତ ମହାକୁର, ବିଭୁକଲ୍ୟାଣ ଗଡତ୍ୟା, ଅଶୋକ ମେହେର, ଶ୍ରୀବାସ ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ