ଆସନ ବଦଳିବାକୁ ନେଇ ଶିବସେନା କ୍ଷୁବ୍ଧ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସସ୍‌ପେନ୍ସ ଜାରି ରହିଥିବା ବେଳେ ସଂସଦରେ ଶିବସେନା ପାଇଁ ବିରୋଧୀ ଦଳରେ ଆସନ ବ୍ୟବସ୍ଥା ହୋଇଥିବାରୁ ଶିବସେନା ଏହାର ପ୍ରତିବାଦ କରିଛି । ଆମେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଓହରି ଆସିଥିଲେ ମଧ୍ୟ ଏନ୍‌ଡିଏରୁ ଓହରି ନାହୁଁ ଏବଂ ଏନ୍‌ଡିଏ ଛାଡ଼ିବା ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ବୋଲି ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି । ବିରୋଧୀ ଦଳରେ ଶିବସେନା ପାଇଁ ଆସନ ବ୍ୟବସ୍ଥା କରାଯିବା ଆମ ପାଇଁ ଅପମାନ ଏବଂ ଏହି ନିଷ୍ପତ୍ତି ବଦଳିବା ଆବଶ୍ୟକ ବୋଲି ଦାବି କରି ରାଉତ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁଙ୍କୁ ପତ୍ର ଲେଖିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସୁପାରିସ୍ ପରେ ଏହି ଆସନ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି । ଶିବସେନା ମହାରାଷ୍ଟ୍ରରେ ବିଜେପି ସହିତ ସଂପର୍କ ତୁଟାଇ କଂଗ୍ରେସ-ଏନ୍‌ସିପି ସହିତ ମେଣ୍ଟ ପାଇଁ ଆଲୋଚନା କରିବା ଏବଂ କେନ୍ଦ୍ର ସରକାରରୁ ଓହରିଯିବା ପରେ ସଂସଦରେ ଶିବସେନାର ଆସନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ