ଆସାମରେ କର୍ଫ୍ୟୁ : ୮ କମ୍ପାନୀ ସେନା ମୁତୟନ
ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ବିଲ୍କୁ ନେଇ ଉତ୍ତର ପୂର୍ବ ରାଜ୍ୟଗୁଡିକରେ ଆନ୍ଦୋଳନ ଚାଲିଛି। ବୁଧବାରଠାରୁ ଆସାମରେ କର୍ଫ୍ୟୁ ଜାରି କରାଯାଇଛି । ରାଜ୍ୟରେ ଇଣ୍ଟରନେଟ ଏବଂ ମୋବାଇଲ ସେବା ବନ୍ଦ କରାଯାଇଥିବା ବେଳେ ଗୁରୁବାର ୮ କମ୍ପାନୀ ଯବାନଙ୍କୁ ମୁତୟନ କରାଯାଇଛି । ନାଗରିକତ୍ବ ବିଲ ସଂଶୋଧନକୁ ନେଇ ସମ୍ପୂର୍ଣ୍ଣ ଆସାମରେ ଆନ୍ଦୋଳନ ଚାଲିଥିବା ବେଳେ ୭୦ରୁ ଅଧିକ ଟ୍ରେନ୍ ଏବଂ ୩୦ରୁ ଅଧିକ ବିମାନ ଚଳାଚଳ ବାତିଲ କରାଯାଇଛି । ଆସାମ ସମେତ ତ୍ରିପୁରାରେ ମଧ୍ୟ ୩ କମ୍ପାନୀ ଯବାନ ମୁତୟନ କରାଯାଇଛି । ଆସାମରେ ଶାନ୍ତି ବଜାୟ ରଖିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ।