ଆସାମରେ ଦଳର ସଂଗଠନ ବୃଦ୍ଧି ଓ ଜନସମର୍ଥନଆହୁରି ବଢିବ -ଧର୍ମେନ୍ଦ୍ର ପ୍ରଧାନ

ଆସାମ- କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆସାମ ରାଜ୍ୟ ଗସ୍ତ କରି ବିଜେପିର ଅଧ୍ୟକ୍ଷ ନିର୍ବାଚନରେ ଯୋଗଦେଇଛନ୍ତି । ଏହି
ଅବସରରେ ଶ୍ରୀ ପ୍ରଧାନ ଆସାମ ରାଜ୍ୟର ବିଜେପି ସଭାପତି ଭାବେ ମୋନନୀତ ରଞ୍ଜିତ କୁମାର ଦାସଙ୍କୁ ଅଭିନନ୍ଦନ ଜଣାଇବା ସହ ଆସାମରେ ଦଳର ସଂଗଠନ ବୃଦ୍ଧି ଓ ଜନସମର୍ଥନ ଆହୁରି ବଢିବ ବୋଲି ମତବ୍ୟକ୍ତ କରିଛନ୍ତି । ଏ ନେଇ ଟ୍ୱିଟରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯୁବ ଏବଂ ଦକ୍ଷତାସମ୍ପନ୍ନ ରଞ୍ଜିତ କୁମାର ଦାସଙ୍କୁ ପୁନର୍ବାର
ଆସାମର ବିଜେପି ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବାରୁ ତାଙ୍କୁ ହାର୍ଦ୍ଦିକ ଶୁଭକାମନା । ତାଙ୍କର ଅନୁଭବ ଏବଂ ସାଂଗଠନିକ ଦକ୍ଷତା ଦ୍ୱାରା ଉକ୍ତ ରାଜ୍ୟରେ ବିଜେପିର ଲୋକପ୍ରିୟତା ବଢିବ । ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ଏବଂ ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଆସାମରେ ବିଜେପି ମଜବୁତ୍ ହୋଇଛି ଏବଂ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି । ଆସାମ ସମେତ ସାରା ପୂର୍ବ-ଉତର ରାଜ୍ୟ ଗୁଡିକରେ ବିଜେପିର ଲୋକପ୍ରିୟତା ଓ ଦଳୀୟ ସଂଗଠନ ବୃଦ୍ଧି ପାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ପୂର୍ବ-ଉତର ରାଜ୍ୟ ଗୁଡିକରେ ଦଳୀୟ ସଂଗଠନକୁ ଆହୁରି ମଜବୁତ୍ କରିବାର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ ଯେ ଏହି ଅବସରରେ ଧର୍ମେନ୍ଦ୍ର ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲଙ୍କୁ ଭେଟିବା ସହ ରାଜ୍ୟରେ ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ସମୀକ୍ଷା କରିବା ସହ ଏହାର ଭିତିଭୂମି ଉପରେ ଗୁରୁତ୍ୱ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ