ଆସାମରେ ବନ୍ୟା ୨୦ଜିଳ୍ଲା ପ୍ରଭାବିତ
ଗୌହାଟୀ, : ବନ୍ୟା ଯୋଗୁଁ ଆସାମରେ ୨୦ଜିଲ୍ଲା ପ୍ରଭାବିତ ହୋଇଛି । ରାଜ୍ୟରେ ୨୨ ମଇରୁ ବନ୍ୟାର ପ୍ରକୋପ ଏବେ ବି ଲାଗିରହିଛି । ମଝିରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଅଚାନକ ପ୍ରବଳ ବର୍ଷା ଯୋଗୁଁ ବନ୍ୟାର ପ୍ରକୋପ ପୁଣି ବଢ଼ିଯାଇଛି । କେନ୍ଦ୍ରୀୟ ଜଳ ଆୟୋଗଙ୍କ କହିବା ଅନୁସାରେ ନିମାତୀଘାଟି (ଜୋରହାଟ), ଧୁବରୀ ରେ ବ୍ରହ୍ମପୁତ୍ର, ଏନଟି ରୋଡ଼ କ୍ରସିଂ (ଶୋଣିତପୁର) ରେ ଜିୟା ଭରାଳୀ, ଧରମତୁଳ (ନଗାଁଓ) ରେ କପିଲୀ ଏବଂ ରେଡ଼ ବ୍ରିଜ (ବରପେଟା) ରେ ବେକୀ ନଦୀରେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁସାରେ ଶୁକ୍ରବାର ରାତିରେ ଜାରି ଖବର ଅନୁସାରେ ଅସମର ଧେମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ଚିରଙ୍ଗ, ଦରଂଗ, ନଳବାଡ଼ି, ପରପେଟା, ବଙ୍ଗାଇଗାଓଁ, କୋକରଝର, ଧୁବରୀ, ଦକ୍ଷିଣ ସାଲମାର, ଗ୍ୱାଲପାରା, କାମରୂପ, କାମରୂପ (ମେଟ୍ରୋ), ମୋରୀଗାଁଓ, ନଗାଁଓ, ଗୋଲାଘାଟ, ଜୋରହାଟ, ଦିବ୍ରୁଗଡ଼, ତିନସୁକିଆ ଜିଲ୍ଲାର ୪୯ ରାଜସ୍ୱ ସର୍କଲରେ ୧୬୩୬ ଗ୍ରାମର ୧୩,୨୬,୮୧୫ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ୨୦ ଜିଲ୍ଲାରେ ୬୭,୬୨୮.୦୬ ହେକ୍ଟର କୃଷି ଭୂମି ଜଳମଗ୍ନ ହୋଇଛି । ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଆଶ୍ରୟସ୍ଥଳ ପାଇଁ ୧୫୬ ଶିବିର ତିଆରି କରାଯାଇଛି । ଲୋକ ମାନଙ୍କ ମଧ୍ୟରେ ସାମଗ୍ରୀ ବଂଟନ ପାଇଁ ୧୧,୭୪୧ ବ୍ୟକ୍ତି ମହଜୁଦ ଅଛନ୍ତି । ବନ୍ୟାରେ ଶୁକ୍ରବାର ଦିନ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବନ୍ୟାରେ ଏବେ ସୁଦ୍ଧା ୩୭ ଜଣ ଲୋକ ପ୍ରାଣ ହରାଇଲେଣି । ବନ୍ୟା ଦ୍ୱାରା ୬,୮୩,୯୧୩ ବଡ଼ ପଶୁ, ୩,୧୯,୯୪୨ ଛୋଟ ପଶୁ ଏବଂ ୯,୧୦,୧୪୬ କୁକୁଡ଼ା ପ୍ରଭାବିତ ହୋଇଛନ୍ତି । ଶୁକ୍ରବାର ଦିନ ଜାରି ନିର୍ଦ୍ଦେଶ ଅନୁସାରେ ୪୦ଟି ଘର ସମ୍ପୂର୍ଣ୍ଣ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟ ୩୫ ଟି ଭାଙ୍ଗିଯାଇଛି । ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ସାହାଯ୍ୟ ପାଇଁ ଏନଡିଆରଏଫ, ସର୍କଲ ଅଧିକାରୀ, ସ୍ଥାନୀୟ ନାଗରିକ, ସିଭିଲ ଡିଫେନ୍ସ, ଆଇଡବ୍ଲୁଟିର ଟିମ୍କୁ ପଠଯାଇଛି । ବନ୍ୟା ପ୍ରଭାବିତ ସ୍ଥାନରେ ୧୨୭ ଡଙ୍ଗା ମୂତୟନ କରାଯାଇଛି । ବନ୍ୟାରେ ଫସିଥିବା ୧୧୮୯ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ବନ୍ୟା କ୍ଷତି ଅଂଚଳରେ ସରକାରଙ୍କ ତରଫରୁ ୫୬୬୧.୯୯ କ୍ୱିଂଟାଲ ଚାଉଳ, ୧୦୪୨.୫୦ କ୍ୱିଂଟାଲ ଡାଲି, ୨୯୩.୦୮ କ୍ୱିଂଟାଲ ଲୁଣ ଏବଂ ୩୩୦୪.୬୨ ଲିଟର ସୋରିଷ ବ୍ୟତୀତ ଅନ୍ୟ ସାମଗ୍ରୀ ମଧ୍ୟ ବିତରଣ କରାଯାଇଥିଲା । ବନ୍ୟା ଦ୍ୱାରା କେତେକ ସଡ଼କ, ପୋଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।