ଆସାମ ଏବଂ ମେଘାଳୟରେ ମୃଦୁ ଭୂକମ୍ପ
ଗୌହାଟୀ/ଶିଲଂ : ଆସାମ ଏବଂ ମେଘାଳୟରେ ମୃଦୁ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଶୁକ୍ରବାର ଅପରାହ୍ନରେ ଆସାମ ଏବଂ ମେଘାଳୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୨.୯ରୁ ୩.୩ ମଧ୍ୟରେ ରହିଛି । ଏହା ସହିତ ବାଂଲାଦେଶ ସୀମାରେ ସକାଳ ୮ଟା ୩୨ ମିନିଟ୍ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଆସାମରେ ଅପରାହ୍ନ ୨ଟା ୫ ମିନିଟ୍ରେ ଅନୁଷ୍ଠିତ ଭୂକମ୍ପର ତୀବ୍ରତା ୩.୩ ରହିଥିଲା । ସେହିପରି ମେଘାଳୟର ରାଜଧାନୀ ଶିଲଂ ଏବଂ ଦିମା ହାସାଓରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା ।