ଆସାମ ଓ ଉତର-ପୂର୍ବ ହେବ ହାଇଡ୍ରୋକାର୍ବନଶିଳ୍ପରେ ଅଗ୍ରଣୀ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଜୁଲାଇ ୦୪ – କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲଙ୍କ ସହ ଆସାମ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଏହି ଅବସରରେ ଆସାମ ରାଜ୍ୟର ବିକାଶ ପାଇଁ ସେଠାକାର ହାଇଡ୍ରୋକାର୍ବନ କ୍ଷମତାର ଲାଭ ଉଠାଇବା ଏବଂ ଭାରତର ଶକ୍ତି ଆଧାରିତ ଅର୍ଥବ୍ୟବସ୍ଥାକୁ ଆଗକୁ ନେବା ପାଇଁ ଉତର-ପୂର୍ବକୁ ହାଇଡ୍ରୋକାର୍ବନର ଅଗ୍ରଣୀ ଅଂଚଳ ଭାବେ ଗଢିତୋଳିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ବ୍ୟତିତ ଆସାମର ବିଭିନ୍ନ ତୈଳ ଏବଂ ଗ୍ୟାସ ପ୍ରକଳ୍ପର ପ୍ରଗତି ତଥା ନୁମଲିଗର୍ଗରେ ହେବାକୁ ଥିବା ବାୟୋରିଫାଇନାରୀ, ନୁମଲାଗଡ ବାୟୋରିଫାଇନାରୀ ଏବଂ ବରୌଣୀ-ଗୌହ୍ୱାଟି ଗ୍ୟାସ ପାଇପଲାଇନର ବିସ୍ତାର ଉପରେ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆସାମର ମହିଳାଙ୍କ ଜୀବନଶୈଳିକୁ ସହଜ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେଠାରେ ଏଲପିଜି ବ୍ୟବହାରୀଙ୍କ ସଂଖ୍ୟା ୮୦ ପ୍ରତିଶତକୁ ବୃଦ୍ଧି ପାଇଛି । ଆସାମ ରାଜ୍ୟର ମୋଟ ୭୩ ଲକ୍ଷ ଘର ମଧ୍ୟରୁ ୬୪ ଲକ୍ଷ ଘରେ ଏଲପିଜି ସଂଯୋଗ ହୋଇଛି । ଏହାକୁ ୧୦୦ ପ୍ରତିଶତ କରିବା ପାଇଁ ଦ୍ରୁତ ଗତିରେ କାମ ଚାଲୁଥିବା  କହିଛନ୍ତି । ସେହିପରି ଆସାମରେ ତୈଳ ଏବଂ ଗ୍ୟାସର ଭିତିଭୂମିର ବିକାଶ କରିବା ଏବଂ ଆସାମର ଲୋକଙ୍କୁ ଏଥିରେ ଯୋଡିବା ଏବଂ ଉତର-ପୂର୍ବ ଅଂଚଳରେ ତୈଳ, ଗ୍ୟାସ ଓ ଇସ୍ପାତ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି  ଆସାମ ମୁଖ୍ୟମନ୍ତ୍ରୀ  ସରବାନନ୍ଦ ସୋନୱାଲଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ