ଆସାମ ଓ ତ୍ରିପୁରାରେ ମଧୁବାବୁଙ୍କୁ ଭାରତରତ୍ନ ଦାବି, ସ୍ୱାକ୍ଷର ସଂଗ୍ରହ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରୋଣତୋର ଭାରତରତ୍ନ ପ୍ରଦାନ ଦାବି ଯୋର ଧରିଛି । ଏନେଇ ପୂର୍ବରୁ ୧୬ଟି ରାଜ୍ୟରୁ ଦସ୍ତଖତ ଅଭିଯାନ ପରେ ପୁଣି ୩ଟି ରାଜ୍ୟରୁ ଦସ୍ତଖତ ଅଭିଯାନ କରାଯାଇଛି । ତ୍ରିପୁରା, ଆସାମରେ ଦସ୍ତଖତ ସଂଗ୍ରହ କରାଯାଇଥିବା ଓ ମିଜୋରାମ ରାଜ୍ୟ ସିମାଠାରେ ଦସ୍ତଖତ ସଂଗ୍ରହ କରାଯାଇଥିଲା । ସେହିପରି ମଧୁବାବୁଙ୍କ ପ୍ରତିମୂର୍ତି ସଂସଦ ଭବନ ପରିସରରେ ସ୍ଥାପନା, ଉତ୍କଳ ଗୌରବ ମଧୁସୂଦନଙ୍କ ନାମରେ ରେଳ ଗାଡି ଚଲାଇବା, ମଧୁ ବାବୁଙ୍କ ଜୟନ୍ତୀ ଦିନ ସରକାରୀ ଛୁଟି ଘୋଷଣା ଓ କୋର୍ଟ ନିକଟ ରାସ୍ତାକୁ ମଧୁ ବାବୁଙ୍କ ନାମରେ ନାମକରଣ କରିବା ପାଇଁ ଦାବି କରାଯାଇଛି । ଫୋରମର ଆବାହକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ତ୍ରିପୁରାରେ ଓଡ଼ିଆ ସମାଜଠାରେ ମଧୁ ବାବୁ ଏବଂ ଓଡ଼ିଶା ସମ୍ପର୍କରେ ଆଲୋଚନା କରାଯାଇଥିଲା । ତ୍ରିପୁରା ଓଡ଼ିଆ ସମାଜର ଅତିଥି ଧୁନୁଦ୍ଧର ଜେନା, ପୃଷ୍ଟପୋଷକ ହେମନ୍ତ କୁମାର ପ୍ରତିହାରୀ, ସଭାପତି ବିଷୁ ଚରଣ ପତି, ଉପଦେଷ୍ଟା ଡ. ରଞ୍ଜନ କୁମାର ମିଶ୍ର, ପ୍ରେମାନନ୍ଦ ଶର୍ମା, ଉପସଭାପତି ଡ. ଶରତ କୁମାର ଦାସ, ସମ୍ପାଦକ ରବିନ୍ଦ୍ର କୁମାର ମହାପାତ୍ର, ସହ ସମ୍ପାଦକ ସମିର କୁମାର ଡିଆବାଘ, ତାପସ କୁମାର ସେଠୀ, ବିକାଶ କୁମାର ନାୟକ, ଶ୍ରୀନିବାସ ମହାପାତ୍ର, ପଦ୍ମଜା ମହାପାତ୍ର, ସିନି ମହାପାତ୍ର, ସଞ୍ଜୟ କୁମାର ସାହୁ ସମେତ ବହୁ ମୁରବୀ ସାମିଲ ହୋଇଥିଲେ । ସେହିପରି ଆସାମର ରତାବରିଠାରେ ଓ ମିଜୋରମ୍ ରାଜ୍ୟର ସୀମା କାନ ପୁଇଠାରେ ସ୍ୱାକ୍ଷର ସଂଗ୍ରହ କରାଯାଇଥିଲା । ପ୍ରକାଶ ଥାଉକି, ଏହା ପୂର୍ବରୁ ନୂଆଦିଲ୍ଲୀରେ ବାସ କରୁଥିବା ମଧୁପ୍ରେମୀ ଓ ସୁପ୍ରୀମକୋର୍ଟ ପରିସରରେ ସ୍ୱାକ୍ଷର ସଂଗ୍ରହ କରାଯାଇଥିଲା । ସେହିପରି ଝାଡ଼ଖଣ୍ଡ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ଚେନ୍ନାଇ, ଆନ୍ଧ୍ରପ୍ରଦେଶର ତିରୂପତି, କୋଳକତା, ଆଣ୍ଡାମାନ, ବେଙ୍ଗାଲୁରୁ, ପଞ୍ଜାବ, ଉତରାଖଣ୍ଡ, ସମେତ ୧୬ଟି ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି । ଏବେ ଏହି ଅଭିଯାନ ୧୯ରାଜ୍ୟରେ ପହଂଚିଛି । ବିଭିନ୍ନ ସହରରେ ବାସ କରୁଥିବା ବହୁ ଓଡ଼ିଆ ମୁରବୀମାନଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି । ଏଥି ସହ ରାଜ୍ୟର ବିଭିନ୍ନ ଓକିଲ ସଂଘ ସହଯୋଗରେ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରହିଛି । ଏହି ଅବସରରେ ତ୍ରୀପୁରା ଓଡ଼ିଆ ସମାଜ ପକ୍ଷରୁ ଲିଙ୍ଗରାଜ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା ।


