ଆସିକାରେ ଏନ୍‍ଆର୍‍ଟିଏସ୍‍ ପରୀକ୍ଷା ଦେଲେ ୨୧୪ଜଣ ପରୀକ୍ଷାର୍ଥୀ

ଆସିକା, (ଯୁଗାବ୍ଦ ନ୍ୟୁଜ):ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ନିର୍ଦ୍ଦେଶ ଓ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶ କ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ହରିହର ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିସରରେ ମଙ୍ଗଳବାର ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ ଶ୍ରେଣୀରେ ପାଠ ପଢୁଥିବା ବିଦ୍ୟାର୍ଥୀମାନଙ୍କ ସକାଶେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନ୍‍ଆର୍‍ଟିଏସ୍‍) ଅନୁଷ୍ଠିତ ହୋଇଯାଇଛି । ଏହି ମେଧାବୃତ୍ତି ପରୀକ୍ଷାରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ହରିହର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ସମୂଦାୟ ୨୧୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ସ୍ତିରୀକୃତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ରହିବାରୁ ସମୂଦାୟ ୨୧୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆସିକା ହରିହର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଅଧୀକ୍ଷକ ତଥା ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀ, ସହ-ଅଧୀକ୍ଷକ ତଥା ସହକାରୀ ଶିକ୍ଷକ ଶିବରାମ ମହାରଣା, ପରୀକ୍ଷା ନିୟନ୍ତ୍ରକ ତଥା ସହକାରୀ ଶିକ୍ଷକ ରମାକାନ୍ତ ମହାନ୍ତି, ସହକାରୀ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ରଜନିରାଣୀ ଦାଶ, ରଂଜିତା କୁମାରୀ ବିଷୋୟୀ, ମମତା ଭଂଜ, ନର୍ମଦା ସ୍ୱାଇଁ, ଚନ୍ଦ୍ରିକା ସୁନା, ପ୍ରଶାନ୍ତ କୁମାର ନାୟକ, ଅଜିତ୍‍ କୁମାର ରଣା, ଶୁଭେନ୍ଦୁ କୁମାର ମିଶ୍ର, ରଂଜିତ୍‍ କୁମାର ପ୍ରଧାନ, ସୂର୍ଯ୍ୟକାନ୍ତ ଦାଶ, ଗାୟତ୍ରୀ କୁମାରୀ ପାତ୍ର, ସବିତା ତ୍ରିପାଠୀଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଏହି ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ସରିଥିଲା ବେଳେ ପରୀକ୍ଷାର୍ଥମାନେ କଡା ଯାଞ୍ଚର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ