ଆସିକାରେ କୃଷ୍ଣସିଂହ ସାହିତ୍ୟ ପରିଷଦର ୮୧ତମ ପ୍ରତିଷ୍ଠା ଦିବସ ପାଳିତ

ଆସିକା, (ୱାଇଏନ୍‍ଏସ୍‍):ଆସିକା ଏନ୍‍ଏସି ଅଧୀନସ୍ଥ ୧୫ ନମ୍ବର ୱାର୍ଡର ସୁବର୍ଣ୍ଣପେଟା ସାହିରେ ୧୯୪୪ ମସିହାରେ ସ୍ଥାପିତ ହୋଇଥିବା କୃଷ୍ଣସିଂହ ସାହିତ୍ୟ ପରିଷଦ ଓ କୃଷ୍ଣସିଂହ କଳା ବିକାଶ କେନ୍ଦ୍ରର ୮୧ତମ ପ୍ରତିଷ୍ଠା ଦିବସ ସମାରୋହ ରବିବାର ଏକ ମନୋଜ୍ଞ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ସୁସାହିତ୍ୟିକ ମାନଙ୍କ ଉପସ୍ଥିତିରେ ରାଜକବି କୃଷ୍ଣସିଂହଙ୍କ ଜୟନ୍ତୀ ଓ କବିତା ଆସର କାର୍ଯ୍ୟକ୍ରମ ମଧ୍ୟ ପାଳିତ ହୋଇଯାଇଛି । କୃଷ୍ଣସିଂହ ସାହିତ୍ୟ ପରିଷଦର ସଭାପତି ପ୍ରଫେସର ମେଜର୍‍ ରମାରମଣ ପାଢୀଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ତଥା ବରିଷ୍ଠ ଆଇନଜୀବୀ ସରୋଜ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡିଶା ମହିଳା କମିଶନର ପ୍ରାକ୍ତନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ସମ୍ମାନିତ ଅତିଥି ରୂପେ ବିଶିଷ୍ଟ କଥାଶିଳ୍ପୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡଃ ବାସନ୍ତି ମହାନ୍ତି, ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଶ୍ରୀମତୀ ଅମିତା ମିଶ୍ର (ଦାଶ), କୃଷ୍ଣସିଂହ ସାହିତ୍ୟ ପରିଷଦ ପରିଚାଳନା କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ରନାଥ ସାହୁ ପ୍ରମୁଖ ଯୋଗଦେଇ ଧରାକୋଟ ରାଜପରିବାରର ରାଜକବି କୃଷ୍ଣସିଂହ ସଂସ୍କୃôତ ମହାଭାରତ ଓ ହରବଂଶର ଓଡିଆ ଅନୁବାଦ କରି ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିଲା ବେଳେ ଦକ୍ଷିଣ ଓଡିଶାରେ କୃଷ୍ଣସିଂହଙ୍କ ଅନୁବାଦିତ ଭାଗବତ ଗୀତା, ମହାଭାରତ ଘରେ ଘରେ ପ୍ରତିଦିନ ସନ୍ଧ୍ୟାରେ ପାଠ କରାଯାଇଥାଏ ଓ ବିଶିଷ୍ଟ ଜର୍ମାନ୍‍ ଲେଖକ ହରମାନ୍‍ ଓଲେଡନ୍‍ ବର୍ଗଙ୍କ ଭାଷାରେ କୃଷ୍ଣସିଂହ ମହାଭାରତର ସମଗ୍ର ଭାରତୀୟ ଆତ୍ମା ଓ ଭାରତୀୟ ଲୋକଙ୍କ ବ୍ୟକ୍ତିଗତ ଜୀବନର ନିଃଶ୍ୱାସ ଓ ପ୍ରଶ୍ୱାସ ଅନୁଭୁତ ହୋଇଥାଏ ତେଣୁ ଓଡିଆ ଭାଷା, ସାହିତ୍ୟ କଳା ଓ ସଂସ୍କୃତି ଏବଂ ଧର୍ମୀୟ ଭାବନାକୁ ରୁଦ୍ଧିମନ୍ତ କରିବା ଦିଗରେ ରାଜକବି କୃଷ୍ଣସିଂହଙ୍କ ଅବଦାନ ସବୁଦିନେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବା ସହ ତାଙ୍କ ରଚିତ କୃଷ୍ଣସିଂହ ମହାଭାରତ ଏକ କାଳଜୟୀ ସ୍ୱାକ୍ଷର ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଶିଷ୍ଟ କଥାଶିଳ୍ପୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡଃ ବାସନ୍ତି ମହାନ୍ତିଙ୍କୁ ରାଜକବି କୃଷ୍ଣସିଂହ ସାହିତ୍ୟ ଭାରତୀ ସମ୍ମାନ ଓ ସଙ୍ଗୀତଗୁରୁ ଅଶୋକ ମହାପାତ୍ରଙ୍କୁ ରାଜକବି କୃଷ୍ଣସିଂହ ରସରାଜ ସମ୍ମାନରେ ସମ୍ମାନିତ କରାଯାଇଥିଲା । କୃଷ୍ଣସିଂହ ସାହିତ୍ୟ ପରିଷଦ ଓ କୃଷ୍ଣସିଂହ କଳାବିକାଶ ପରିଷଦର ୮୧ତମ ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ଅନୁଷ୍ଠିତ ରାଜକବି କୃଷ୍ଣସିଂହ ଜୟନ୍ତୀ ଓ କବିତା ଆସର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ପ୍ରେସକ୍ଳବର ସଭାପତି ସତ୍ୟନାରାୟଣ ରଥ, ବରିଷ୍ଠ ସାମ୍ବାଦିକ ଅନିଲ୍‍ କୁମାର ପାଣିଗ୍ରାହୀ, ନରେନ୍ଦ୍ର କୁମାର ସାହୁ, ମନୋଜ କୁମାର ଗୌଡ, ଶକ୍ତିପ୍ରସାଦ କର, ମୁନାଫ୍‍ ସାରିଫ୍‍, ସରୋଜ କୁମାର ଦାଶ, ସମାଜସେବୀ ଏମ୍‍.ତାରିଣୀ ସେନାପତି, ନଚିକେତା ସ୍ୱାଇଁ, ମାନସ ରଂଜନ ଗୌଡ, ସୁଧାଂଶୁ କୁମାର ପାଣିଗ୍ରାହୀ, ଅରବିନ୍ଦ ପଣ୍ଡା, ଡଃ ସନ୍ତୋଷ କୁମାର ଦାସ, ଇଂ ଆଶୁତୋଷ ପାତ୍ର, ଅଶୋକ କୁମାର ମହାପାତ୍ର, ଜି.ସୁକାନ୍ତ କୁମାର ପାତ୍ର, ରାଜେଶ୍‍ କୁମାର ପାତ୍ର, ରଶ୍ମିତା ଭୂୟା, ଅନୁରାଧା ମହାପାତ୍ର, ଚିନ୍ମୟୀ ଗୌଡ, ଆସିକା ଓକିଲ ସଂଘର ସଭାପତି ଅଜିତ୍‍ କୁମାର ଚୌଧୁରୀ, ସଂପାଦକ ନାରାୟଣ ମୁନି, ବରିଷ୍ଠ ଆଇନଜୀବୀ ବିଦେଶୀ ନାହାକ, ଶିକ୍ଷାବିତ୍‍ ସନ୍ତୋଷ କୁମାର ବିଶ୍ୱାଳ, ଶ୍ରୀନିବାସ ପଣ୍ଡାଙ୍କ ସମେତ ବହୁ ସଚେତନ ନାଗରିକ, ସୁସାହିତ୍ୟିକ, କବି ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ