ଆସିକାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ପାଳିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପ୍ରତିଷ୍ଠା ଦିବସ ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୬୨ତମ ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଡଆଗୁଳି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀମାନେ ଭଲ ପାଠପଢି ସୁନାଗରିକ ହୋଇ ନିଜର ପିତାମାତା, ଗୁରୁଜନ ଓ ଶିକ୍ଷାନୁଷ୍ଠାନର ଟେକ ରଖିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାନ୍ତି ଉଦ୍ବୋଧନ ଦେଇ ଛାତ୍ରଛାତ୍ରୀମାନେ ଏକାଗ୍ରତାର ସହ ଶିକ୍ଷା ଗ୍ରହଣ କରିବାକୁ ଆହ୍ୱାନ କରିବା ସାଙ୍ଗକୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରି ସେମାନଙ୍କୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ଦେବା ଦିଗରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୬ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଦୌଡ, ଲମ୍ବାଡିଆଁ, ଉଚ୍ଚାଡିଆଁ, ଭଲିବଲ୍, କବାଡି, ଖୋଖୋ ସମେତ ପ୍ରାୟ ୧୭ଟି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ଅବସରରେ ପରିବେଷିତ ହୋଇଥିବା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ସଚେତନ ନାଗରିକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିମୋହିତ କରିପକାଇଥିଲା । ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ମେଧାବୀ ଛାତ୍ରୀ ଶ୍ରେୟାଶ୍ରୀ ସେଠୀ ଲମ୍ବାଡିଆଁରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ରିୟାଂଶି ସେଠୀ ଅଖାଡିଆଁରେ ପ୍ରଥମ ହୋଇଥିବା ବେଳେ ସେମାନଙ୍କୁ ଓ ଅନ୍ୟ ପ୍ରତିଭାଧର ଖେଳାଳୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବରେ ବାଳକ ବର୍ଗରେ କବାଡି ଖେଳରେ ଅଶୋକ ହାଉସ୍ ଚାମ୍ପିୟନ୍ ଓ ସୁବାସ୍ ହାଉସ୍ ରନର୍ସ ଅପ୍ ହୋଇଥିଲା ବେଳେ ବାଳିକା ବର୍ଗରେ ଟାଗୋର୍ ହାଉସ୍ ଚାମ୍ପିୟନ୍ ଓ ସୁବାସ ହାଉସ୍ ରନର୍ସ ଅପ୍ ହୋଇଥିଲା । ସେହିଭଳି ବାଳକ ବର୍ଗରେ ଭଲିବଲ୍ ଖେଳରେ ସୁବାସ୍ ହାଉସ୍ ଚମ୍ପିୟନ୍ ହୋଇଥିଲା ବେଳେ ଅଶୋକ ହାଉସ୍ ରନର୍ସ ଅପ୍ ହୋଇଥିଲା । ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ବେଳେ କ୍ରୀଡା ଶିକ୍ଷକ ସ୍ମୃତିରଂଜନ ପାତ୍ର ଓ ଅମିତା ଦୁବେ, ସହକାରୀ ଶିକ୍ଷକ ଜଗବୀର ସିଂ, ଅଶ୍ୱିନୀ କର୍ମକାର, ରୋଜାଲିନ୍ ସାହୁ, ପୂଜା, ଟି.ବଂଶୀମୋହନ କ୍ରିଷ୍ଣା, ରୋଜବନ୍ତୀ, ଦେବୀ ପାୟନ ଭଟ୍ଟାଚାର୍ଜୀ, ଶଶୀଭୂଷଣ ରଥ, ସୁବ୍ରତ କୁମାର ସେଠୀ, ସିମାଂଚଳ ବିଷୋୟୀ, ହୀନା ଜରିନ୍, ଅଭିଶେକ କୁମାର ବର୍ମା, ପ୍ରଶାନ୍ତ ମୀନା, ସୌମ୍ୟ ସୁରଭିକା, ସତ୍ୟବାଦୀ ବେହେରା, ପିକଲ ନାରାୟଣ, ଶିବନନ୍ଦିନୀ ପାଢୀ, ଏମ୍.ସନ୍ତୋଷିନୀ ପାତ୍ର, ଚିନ୍ମୟୀ ସାହୁ, ତପସ୍ୱିନୀ ସାହୁ, ହରେକୃଷ୍ଣ ପାଣିଗ୍ରାହୀ, ହରେକୃଷ୍ଣ ବିଷୋୟୀ, ପ୍ରିୟମ୍ ପ୍ରଧାନ, ଶୁଭଶ୍ରୀ ମହୁଳିଆ, ଅମୀୟ ରଂଜନ ସାବତ, ଚନ୍ଦନ ଲୁହାରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।