ଆସିକାରେ ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର

ଆସିକା, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ପ୍ରାଣୀସଂପଦ ବିକାଶ ପରାମର୍ଶକ୍ରମେ ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମ ପଞ୍ଚାୟତର ବାବନପୁର ଗ୍ରାମରେ ଶୁକ୍ରବାର ଏକ ଗୋବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ କୁମାର ବେହେରା, ପ୍ରାଣୀ ଚିକିତ୍ସକ ଡାକ୍ତର ଆଶୁତୋଷ ଚୌଧୁରୀ, ବାବନପୁର ପ୍ରାଣୀଧନ ନିରୀକ୍ଷକ ସ୍ମୃôତିରଂଜନ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଗୋବନ୍ଧ୍ୟା ନିରାକରଣ ଓ ଚିକିତ୍ସା ଶିବିର ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ପ୍ରକାଶ କରିବା ସହ ଚାଷୀଙ୍କୁ ଉତ୍ତମ ଗୋପାଳନ, ଗୋପାଳନରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରାୟ ୪୪ ଗୋଟି ଗାଈଗୋରୁ ଓ ମଇଁଷିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଚିକିତ୍ସା କରାଯିବା ସାଙ୍ଗକୁ ଗୋବନ୍ଧ୍ୟା ଜନିତ ରୋଗର ନିରାକରଣ ପାଇଁ ଔଷଧ ଓ ଇଞ୍ଜେକସନ୍‍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାବନପୁର ପ୍ରାଣୀଧନ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ଅଞ୍ଚଳର ବହୁ ଗୋପାଳକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ