ଆସିକାରେ ଜାତୀୟ ପ୍ରେସ ଦିବସ ପାଳିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ବାଣିବିହାର ସ୍ଥିତ ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର କକ୍ଷରେ ଶନିବାର ସନ୍ଧ୍ୟାରେ ଆସିକା ପ୍ରେସ୍ କ୍ଳବର ସଭାପତି ତଥା ବରିଷ୍ଟ ସମ୍ବାଦିକ ସତ୍ୟନାରାୟଣ ରଥଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଆସିକା ବିଧାୟକ ସରୋଜ କୁମାର ପାଢୀ, ସମ୍ମାନିତ ଅତିଥି ଭାବେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଂଜୟ କୁମାର ମହାପାତ୍ର, ଆସିକା ଏନ୍‍ଏସି ନଗରପାଳିକା ଶ୍ରୀମତୀ ବିନେତା ସ୍ୱାଇଁ, ଆସିକା ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ତ୍ରିବେଣୀ ନାହାକ, ଓଡିଶା ଅମଲା ସଂଘର ରାଜ୍ୟ ମୁଖ୍ୟ ପୃଷ୍ଟପୋଷକ ତଥା ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ପ୍ରସନ୍ନ କୁମାର ତ୍ରିପାଠୀ, ବରିଷ୍ଠ ନାଗରିକ ସଂଘର ସଭାପତି ଗଣେଶ ରଥ ଓ କାର୍ଯ୍ୟକାରୀ ସଭାପତି ଅଜିତ୍‍ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ପାଳନର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି ସାମ୍ବାଦିକ ମାନେ ନିର୍ଭୀକ ଭାବେ ନିଜର ଲେଖନୀ ଚାଳନା ଜାରି ରଖିବାକୁ ଆହ୍ୱାନ କରି ସାମ୍ବାଦିକ ମାନେ ଦେଶର ପ୍ରଗତି ଓ ସମାଜ ସଂସ୍କୃତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସମାଜର ସାମଗ୍ରିକ ଉନ୍ନତି, ସମସ୍ତ ବର୍ଗର ଜନତାଙ୍କ କଲ୍ୟାଣ ଲାଗି ଯଦି ପ୍ରକୃଷ୍ଟ ସ୍ୱର ଯଦି କେଉଁଠି ଉଠାଯାଇପାରିବ ତାହା ହେଉଛି ଗଣମାଧ୍ୟମ । ସାମ୍ବାଦିକମାନେ ସାମ୍ବାଦିକତାକୁ ଜନସେବା ଭାବେ ଗ୍ରହଣ କରି ସତ୍ୟ ଖବର ପ୍ରକାଶ କରିବାକୁ ଆହ୍ୱାନ କରିବା ସହ ଗଣମାଧ୍ୟମକୁ ଲେଖନୀ ଚାଳନା ମାଧ୍ୟମରେ ଏକ ନୂତନ ଦିଗଦର୍ଶନ ଦେଇଥିବା ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟର ରାଧାନାଥ ରଥ, ପ୍ରଦ୍ୟୁମ୍ନ ବଳ, ରବିନ୍ଦ୍ର କୁମାର ପଣ୍ଡା, ଗଣେଶ୍ୱର ମିଶ୍ର, ମନୋରମା ମହାପାତ୍ର, କିଶୋର ଶତପଥୀ, ସତ୍ୟ ରାୟ, ଭତ୍ତୃହରି ମହତାବ, ସୌମ୍ୟରଞ୍ଜନ ପଟ୍ଟନାୟକ, ତଥାଗତ ଶତପଥୀ, ସାତକଡି ହୋତା, ଭାସ୍କର ପରିଚ୍ଛା, ପ୍ରଦୋଶ ପଟ୍ଟନାୟକ, କାନନ ଦାଶ, ଶଲିଳା କର, ଡଃ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, ମନୋଜ କୁମାର ମହାପାତ୍ର, ରବିନାରାୟଣ ଜେନା, ଡା. ସୁବାସ ଚନ୍ଦ୍ର ସାହୁ, ସମରେନ୍ଦୁ ଦାଶ, ଗୋପାଳକୃଷ୍ଣ ମହାପାତ୍ର, ତନୟା ପଟ୍ଟନାୟକ, ତପନ କୁମାର ମିଶ୍ର, ପପୁ ମହାନ୍ତିଙ୍କ ଭଳି ସୁଦକ୍ଷ ସଂପାଦକ ମାନଙ୍କ ମାର୍ଗଦର୍ଶନରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିବା ସହ ସାମ୍ବାଦିକତାକୁ ସର୍ବଦା ସ୍ୱଚ୍ଛ ଓ ନିରପେକ୍ଷ ହେବା ଆବଶ୍ୟକ ବୋଲି ବହୁ ବକ୍ତା ମତବ୍ୟକ୍ତ କରିଥିଲେ । ଆସିକାର ବରିଷ୍ଠ ସାମ୍ବାଦିକ ତଥା ଆସିକା ପ୍ରେସ୍‌କ୍ଳବର ସଭାପତି ସତ୍ୟନାରୟଣ ରଥ, ସାମ୍ବାଦିକ ଗିରିଶ ଚନ୍ଦ୍ର ତ୍ରିପାଠୀ, ମନୋଜ କୁମାର ମୁନୀ, ସନ୍ତୋଷ କୁମାର ମିଶ୍ର, ସରୋଜ କୁମାର ଦାସ, ନରେନ୍ଦ୍ର କୁମାର ସାହୁ, ଗଙ୍ଗାଧର ଶତପଥୀ ପ୍ରମୁଖ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ମତବ୍ୟକ୍ତ କରି ସାମ୍ବାଦିକ ମାନଙ୍କୁ ପେନସନ୍ ପ୍ରଦାନ କରିବା, ସମ୍ବାଦିକ ମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବା, ଆସିକାରେ ପ୍ରେସ୍ କ୍ଳବ ଗୃହ ସ୍ଥାପନ କରିବା, ଗଣତନ୍ତ୍ରର କଣ୍ଠରୋଧ ନକରିବା, ସତ୍ୟ ଓ ନିର୍ଭିକ ଭାବେ ଖବର ପରିବେଷଣ କରିବା, ସାମ୍ବାଦିକମାନଙ୍କୁ ଅବସରକାଳୀନ ସୁବିଧା ପ୍ରଦାନ କରିବା, ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆସିକା ପ୍ରେସ୍ କ୍ଳବ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଜାତୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସିକା ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ଶିବଶଙ୍କର ଜେନା ଓ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା, ସତ୍ୟନାରାୟଣ ସେଠୀ, ସିମାଞ୍ଚଳ ସେଠୀ, ସମାଜସେବୀ ଭିକି କୁମାର ପାତ୍ର, ବିଜୟ କୁମାର ସ୍ୱାଇଁ, ଅନିଲ୍‍ କୁମାର ପରିଡା, ସନାତନ ପଣ୍ଡା, ଅଶ୍ୱିନୀ କୁମାର ମିଶ୍ର, ରାଘବ ନାହାକ, ଭବାନୀ ଶଙ୍କର ରଥ, ଭି.କ୍ରିଷ୍ଣାସ୍ୱାମୀ ରାଓ, ଏମ୍‍.ତାରିଣୀ ସେନାପତି, ବ୍ରହ୍ମାନନ୍ଦ ରାଓ, ସୁରେନ୍ଦ୍ରନାଥ ପଣ୍ଡା, ଦେବରାଜ ମିଶ୍ର, ଏ.ଯୁଧିଷ୍ଠିର ଦୋରା, ସରୋଜ କୁମାର ପଣ୍ଡା, ଗଙ୍ଗାଧର ଗୌଡ, ମିହିରକାନ୍ତ ମହାପାତ୍ର, ଲମ୍ବୋଦର ସାବତ, ଛବିଳରାମ ମିଶ୍ର, ପ୍ରଶାନ୍ତ କୁମାର ଚର୍ଚ୍ଚି, ପିତବାସ ମୁନି, ଦେବହରି ମହାନ୍ତି, ଜିତେନ୍ଦ୍ର କୁମାର ବିଷୋୟୀ, ମନୋଜ କୁମାର ଦାଶ, କିରଣ କୁମାର ପାଢୀ, ଏମ୍‍.ରାମବାବୁ ଦୋରା, ଦୁର୍ଗାପ୍ରସାଦ ପଣ୍ଡା, ନାରାୟଣ ମୁନିଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜିବୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପ୍ରେସକ୍ଳବ୍‍ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍‍ ଦିବସ ପାଳନ କାର୍ଯ୍ୟକ୍ରମରେ ସାଂପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଦାୟିତ୍ୱ ଓ ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ବହୁ ସଚେତନ ନାଗରିକ ନିଜ ନିଜର ମତ ଉପସ୍ଥାପନ କରିିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ