ଆସିକାରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ ୨୦୨ଜଣ ପରୀକ୍ଷାର୍ଥୀ

ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ନିର୍ଦ୍ଦେଶ ଏବଂ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶ କ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସରକାରୀ ହରିହର ହାଇସ୍କୁଲ ପରିସରରେ ବୁଧବାର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଅଞ୍ଚଳର ବେସରକାରୀ ବିଦ୍ୟାଳୟର ଓ ସରକାରୀ ବିଦ୍ୟାଳୟର ୧୦୬ଜଣ ଛାତ୍ରଛାତ୍ରୀ ଏହି ବୃତ୍ତି ପରୀକ୍ଷା ଦେବା ଲାଗି ସ୍ତିରୀକୃତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଅନୁପସ୍ଥିତ ରହିବାରୁ ସମୂଦାୟ ୧୦୨ଜଣ ଏବଂ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ ୧୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ୩ ଜଣ ଅନୁପସ୍ଥିତ ରହିବାରୁ ୧୦୦ ଜଣ ପରୀକ୍ଷାର୍ଥୀ ବୃତ୍ତି ପରୀକ୍ଷା ଦେଇଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ଓ ବିଭୁନନ୍ଦନ ପଣ୍ଡା ପରୀକ୍ଷାକେନ୍ଦ୍ର ପରିଦର୍ଶନ କରିଥିଲେ । ଆସିକା ହରିହର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ତୃତୀୟ ଓ ପଂଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଅଧୀକ୍ଷକ ଅଶୋକ କୁମାର ପାଢୀ, ସହ ଅଧୀକ୍ଷକ ଶିବରାମ ମହାରଣା, ପରୀକ୍ଷା ନିୟନ୍ତ୍ରକ ରାମକାନ୍ତ ମହାନ୍ତି, ସହକାରୀ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ରଜନୀରାଣୀ ଦାଶ, ରଂଜିତା ବିଷୋୟୀ, ମମତା ଭଂଜ, ନର୍ମଦା ସ୍ୱାଇଁ, ଚନ୍ଦ୍ରିକା ସୁନା, ପ୍ରଶାନ୍ତ କୁମାର ନାୟକ, ଅଜିତ୍‍ କୁମାର ରଣା, ଶୁଭେନ୍ଦୁ କୁମାର ଦାଶ, ରଂଜିତ୍‍ କୁମାର ପ୍ରଧାନ, ସୂର୍ଯ୍ୟକାନ୍ତ ଦାଶ, ଗାୟତ୍ରୀ କୁମାରୀ ପାତ୍ର, ସବିତା ତ୍ରିପାଠୀଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ