ଆସିକାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ଆସିକା, (ୱାଇଏନ୍ଏସ୍):ଆସିକା ଥାନାର ନୂତନ ଥାନା ଅଧିକାରୀ ରୂପେ ପୋଲିସ ପ୍ରଶାସନର ଦକ୍ଷ, ସଚ୍ଚୋଟ ତଥା କର୍ତ୍ତବ୍ୟନିଷ୍ଠ ଅଫିସର ରୂପେ ପରିଚିତ ଥିବା କୁଳମଣି ସେଠୀ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି । ଜିଲ୍ଲା ପୁଲିସ ବିଭାଗର ନିର୍ଦ୍ଦେଶ କ୍ରମେ ଦକ୍ଷ, ସଚ୍ଚୋଟ ତଥା କର୍ତ୍ତବ୍ୟନିଷ୍ଠ ପୁଲିସ ଅଫିସର ରୂପେ ପରିଚିତ ଥିବା କୁଳମଣି ସେଠୀ ଆସିକା ଥାନା ଅଧିକାରୀ ରୂପେ ଦାୟିତ୍ୱ ଗ୍ରହଣ କରିବାପରେ ଥାନାର ସମସ୍ତ କର୍ମଚାରୀ ଓ ବହୁ ସଚେତନ ନାଗରିକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା । ଆସିକା ଥାନା ପରିସର ଭୁକ୍ତ ଅଞ୍ଚଳରେ ପୁଲିସ ପ୍ରଶାସନ ପକ୍ଷରୁ ଅପରାଧ ଦମନ, ଆଇନ ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କୁ ତ୍ୱରିତ୍ ନ୍ୟାୟ ପ୍ରଦାନ, ଅପରାଧ ନିୟନ୍ତ୍ରଣ ଦିଗରେ ଦୃଢ ପଦକ୍ଷେପ, ପେଟ୍ରୋଲିଂ ଓ ଟ୍ରାଫିକ୍ ସମସ୍ୟାକୁ ସୁବ୍ୟସ୍ଥିତ କରିବା ଓ ଅସାମାଜିକ କାର୍ଯ୍ୟକଳାପକୁ ଦମନ ପାଇଁ ଅଭିଯାନ ଜାରି ରହିବା ସାଙ୍ଗକୁ ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ ସମସ୍ୟା ସମାଧାନ ପଦକ୍ଷେପ ନେବେ ବୋଲି ଆସିକା ଥାନାର ନୂତନ ଥାନା ଅଧିକାରୀ କୁଳମଣି ସେଠୀ ପ୍ରକାଶ କରିଛନ୍ତି ।