ଆସିକାରେ ନୂତନ ରାଜସ୍ୱ ଉପଖଣ୍ଡ କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବି ପତ୍ର ପ୍ରଦାନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସମଗ୍ର ଓଡ଼ିଶାର ସର୍ବବୃହତ ଜନସଂଖ୍ୟା ଦୃଷ୍ଟିକୋଣରୁ ଗଞ୍ଜାମ ଜିଲ୍ଲା ରହିଛି । ଜିଲ୍ଲା ପୁର୍ନଗଠନ ହେବା ପରେ ବ୍ରହ୍ମପୁର, ଛତ୍ରପୁର ଓ ଭଂଜଗନର ସବଡ଼ିଭିଜନ ଅଧିନରେ ଜିଲ୍ଲାର ୨୨ଟି ବ୍ଳକ, ୨୩ଟି ତହସିଲ, ୧୭ଟି ସହରାଂଚଳ, ୫୦୩ଟି ଗ୍ରାମ ପଂଚାୟତ ଓ ୩୨୫୦ ରାଜସ୍ୱ ମୌଜା ରହିଛି । ଭୌଗଳିକ ଦୃଷ୍ଟିକୋଣ ସହ ବ୍ୟୟବହୁଳ ଯାତ୍ରା ଓ ସମୟସାପେକ୍ଷ ଦୃଷ୍ଟିରୁ ଆସିକା ଠାରେ ଏକ ନୂତନ ରାଜସ୍ୱ ଉପଖଣ୍ଡ କାର୍ଯ୍ୟାଳୟ ସ୍ଥାପନ କରିବା ସକାଶେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ବୁଧବାର ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତିରେ ହିସାବ ରକ୍ଷକ ଦିବ୍ୟସିଂହ ନାୟକଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଦାବି ଅନୁସାୟୀ ଛତ୍ରପୁର ସବ ଡ଼ିଭିଜନ ଅଧିନରେ ୮ଟି ବ୍ଳକର ୧୭୮ ଗ୍ରାମ ପଂଚାୟତ ଓ ଭଂଜନଗର ସବଡ଼ିଭିଜନ ଅଧିନରେ ୮ଟି ବ୍ଳକର ୧୮୦ ଗ୍ରାମ ପଂଚାୟତ ଅର୍ନ୍ତଭୁକ୍ତ ରହିଛ. ଯାହାକି ବିଭିନ୍ନ ସରକାରୀ କାର୍ଯ୍ୟ ହାସଲ ସକାଶେ ଜନ ସାଧାରଣଙ୍କ ସଂପୃକ୍ତ ସବ ଡ଼ିଭିଜନକୁ ଯାତାୟତ କରିବା ଲାଗି ନାନା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହି ପରିପ୍ରେକ୍ଷୀରେ ଆସିକା ସହରରେ ଏକ ନୂତନ ସବ ଡ଼ିଭିଜନ କାର୍ଯ୍ୟାଳୟ ସ୍ଥାପନ କରାଗଲେ ଜନ ସାଧାରଣଙ୍କ ପାଇଁ ଫଳପଦ୍ର ହୋଇପାରିବ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ପରିଷଦ ପକ୍ଷରୁ ସ୍ଥାନୀୟ ବ୍ଳକ ଛକ ଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାରିଗ୍ରାହୀ, ଆଇନଜୀବି ବି.ଶଙ୍କର ପାତ୍ର, ଦିପକପଣ୍ଡା, ମନୋଜ ଗଉଡ଼, ରାଜେନ୍ଦ୍ର ଦଳବେହେରା, ବୃନ୍ଦାବନ ବେହେରା, ସୂର୍ଯ୍ୟନାରାୟଣ ବେହେରା,ଇ. ରାଜେନ୍ଦ୍ର ପ୍ରସାଦ, ଶ୍ରୀକାନ୍ତ ପରିଡ଼ାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଉକ୍ତ ଦାବି ପତ୍ରର ନକଲ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଦକ୍ଷିଣାଂଚଳ ରାଜସ୍ୱ କମିଶନର, ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର ଓ ଭଂଜନଗର ଉପ ଜିଲ୍ଲାପାଳଙ୍କ ନିକଟକୁ ହିଞ୍ଜିଳି ବିଡ଼ିଓଙ୍କ ଜରିଆରେ ପ୍ରେରଣ କରାଯାଇଛି । ପ୍ରକାଶ ଥାଉକ. ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରୀଷ୍ଣାଙ୍କ ହିଞ୍ଜିଳି ଗ୍ରସ୍ତ ସମୟରେ ହିଞ୍ଜିଳିକାଟୁ ଆଇନଜୀବି ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ତଥା ଜିଲ୍ଲାର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ସହରରେ ନୂତନ ରାଜସ୍ୱ ଉପଖଣ୍ଡ କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।