ଆସିକାରେ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦ୍‌ଯାପିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ପରାମର୍ଶ କ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର କଲେଜଛକ ସ୍ଥିତ ଟେକନିକାଲ୍‍ ହାଇସ୍କୁଲ ପରିସରରେ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଆସିକାର ଗୋଷ୍ଟୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ କନିଷ୍ଟ, ବରିଷ୍ଟ ଓ ବରିଷ୍ଠ ଉଚ୍ଚ ମାଧ୍ୟମିକ ବର୍ଗରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ପ୍ରାୟ ୩୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବକ୍ତୃତା, ଚିତ୍ରାଙ୍କନ, ଦେଶାତ୍ମକବୋଧ ସଂଗୀତ, ପ୍ରବନ୍ଧ, ଲିଖନ, କୁଇଜ୍‌, ସୁନ୍ଦର ହସ୍ତାକ୍ଷର, ମଧ୍ୟାହ୍ନ ଭୋଜନ ଚିତ୍ରକଳା, ଦଳଗତ ନୃତ୍ୟ ଇତ୍ୟାଦି ୩୮ଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ କିଛି ଦିନ ପରେ ଛତ୍ରପୁରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଅପରାହ୍ନରେ ଗୋଷ୍ଟୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ପାଢୀ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ଓ ବିଭୁନନ୍ଦନ ପଣ୍ଡା, ଟେକନିକାଲ୍‍ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ରେ ଅଂଶଗ୍ରହଣ କରିଥିବା ୧୩ଟି କ୍ଳଷ୍ଟର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଏହି ଶିଶୁମହୋତ୍ସବ ସୁରଭି ପାଳନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଗୁତୁତ୍ୱାରୋପ କରି ବଣମଲ୍ଲୀ ବଣରେ ନ ମଉଳି ପ୍ରସ୍ପୁଟିତ ହେବାକୁ ଆହ୍ୱାନ କରିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ ଅନ୍ତର୍ନିହିତ ପ୍ରତିଭା ରହିଛି । ଏହାକୁ ଲୋକଲୋଚନକୁ ଆଣିବା ସହ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରି ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ହୋଇଥିବା ବେଳେ ଏକ ବିକଶିତ ଦେଶକୁ ଆଗେଇ ନେବାରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଏହି ଶିଶୁ ମହୋତ୍ସବ ସୁରଭି ଏକ ବଳିଷ୍ଠ ପଦକ୍ଷେପ ବୋଲି ପ୍ରକାଶ କରି ଶିକ୍ଷାବିଭାଗ ପକ୍ଷରୁ ବିଦ୍ୟାଳୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ବେଶ୍‍ ପ୍ରଂଶସନୀୟ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ସଫଳତା ପାଇଥିବା ପ୍ରାୟ ୩୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ପ୍ରତିଯୋଗିତାରେ ଭାଗ ନେଇଥିବା ଶିଶୁ ମାନେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ଏହି ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସତ୍ୟନାରାୟଣ ସେଠୀ, ଶିବଶଙ୍କର ଜେନା, ସିମାଞ୍ଚଳ ସେଠୀ, ଶୁଭେନ୍ଦୁ ଶେଖର ଜେନା, ଆସିକା ଟେକନିକାଲ୍‍ ହାଇସ୍କୁଲର ସହକାରୀ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, କୈଳାଶ ଗୌଡ, ରାମଚନ୍ଦ୍ର ପ୍ରଧାନ, ଦେବାଶିଷ ପାଣିଗ୍ରାହୀ, ବଳରାମ ବେହେରା, ରାହୁଳ କୁମାର ପଟ୍ଟନାୟକ, ସୂର୍ଯ୍ୟକାନ୍ତ ସେଠୀ, ଲକ୍ଷ୍ମୀ ଜେନା, ପ୍ରଜ୍ଞା ପରମିତା ପଣ୍ଡା, ଅକଲିମ୍‍ ବେଗମ୍‍, ମିତାଞ୍ଜଳୀ ପଣ୍ଡା, ଗାୟତ୍ରୀ ବେହେରା, ସର୍ମିଷ୍ଠା ସାହୁ, ସୁମିତ୍ରା କାର୍ଜି, ଲିପ୍‍ସିତା ମଲିକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିଶିର କାନ୍ତ ବେହେରା, ବଂଶୀଧର ପରିଡା, ସରୋଜ କୁମାର ପ୍ରଧାନ, ହରିବନ୍ଧୁ ବେହେରା, ଚନ୍ଦ୍ରଶେଖର ସ୍ୱାଇଁ, ଚିତ୍ରସେନ ସେଠୀ, ଅର୍ଚ୍ଚନା ବେହେରା, ସୌଦାମିନୀ ହୋତା, ଟୁଲୁ ସେଠୀ, ରଂଜିତା ପାତ୍ର, ଆର୍‍.ସିଲା ଦୋରାଙ୍କ ସମେତ ବହୁ ଶିକ୍ଷକ ସହଯୋଗ କରିଥିବା ବେଳେ ବିଚାରକ ରୂପେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ