ଆସିକାରେ ମାନବସେବା ସମିତି ପକ୍ଷରୁ ନାରାୟଣ ସେବା କାର୍ଯ୍ୟକ୍ରମ
ଆସିକା, (ଯୁଗାବ୍ଦ ନ୍ୟୁଜ):ଦିନଦୁଃଖୀଙ୍କ ସେବାରେ ସଦାସର୍ବଦା ସମର୍ପିତ ମାନବ ସେବା ସମିତି ପକ୍ଷରୁ ପବିତ୍ର କାର୍ତ୍ତିକ କୃଷ୍ଣ ଏକାଦଶୀ ତିଥିରେ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଧର୍ମର ମାସ କାର୍ତ୍ତିକ ଅବସରରେ ସ୍ଥାନୀୟ ଖମ୍ବେଶ୍ୱରୀପାଟଣା ସ୍ଥିତ ଶ୍ରୀ ରାମେଶ୍ୱର ମନ୍ଦିର ପରିସରରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଦୀନଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ମାନବସେବାକୁ ମାଧବ ସେବା ରୂପେ ଗ୍ରହଣ କରି ୧୯୮୮ ମସିହା ଏପ୍ରିଲ ମାସରେ ଆସିକା ଅଞ୍ଚଳର ଜଣାଶୁଣା ଶିକ୍ଷକ ସ୍ୱର୍ଗତ ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ପ୍ରଚେଷ୍ଟା ଦ୍ୱାରା ଗଠିତ ହୋଇଥିବା ଆସିକା ସହରର ମାନସେବା ସମିତି ପ୍ରତ୍ୟେକବର୍ଷ କାର୍ତ୍ତିକ ମାସ, ମାଘମାସ, ବୈଶାଖ ମାସ ଓ ଆଷାଢ ମାସର ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ଦୀନଦୁଃଖୀ ମାନଙ୍କୁ ସହାୟତା କରିଆସୁଛି । ମାନବସେବା ସମିତିର ଆବାହକ ଗଣେଶ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଦୀନଦୁଃଖୀଙ୍କ ଅନ୍ନବସ୍ତ୍ର ଦାନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଂଜୟ କୁମାର ମହାପାତ୍ର, ମାନବ ସେବା ସମିତିର ସଂପାଦକ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା, ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀ, ଆସିକା ଓକିଲ ସଂଘର ସଂପାଦକ ବିଦେଶୀ ନାହାକ, ଆଇନଜୀବୀ ସନ୍ତୋଷ କୁମାର ପାଣିଗ୍ରାହୀ, ଯୁବ ସମାଜସେବୀ ସୁରେଶ ଚନ୍ଦ୍ର ବିଷୋୟୀ, ପ୍ରଦୀପ କୁମାର ରାଉତ, ମନୋଜ କୁମାର ମିଶ୍ର, କାଳୁଚରଣ ପାତ୍ର, ଅଶୋକ କୁମାର ମହାରଣା, କାମେଶ୍ୱର ଆଚାରୀ, ରାମଚନ୍ଦ୍ର ରା, ଏମ୍.ତାରିଣୀ ସେନାପତି, ମିହିରକାନ୍ତ ମହାପାତ୍ର, ଦଣ୍ଡପାଣି ସାହୁ, ଅନିଲ୍ କୁମାର ନାୟକ, ମାନସ ରଂଜନ ଗୌଡ, ନିରଂଜନ ଜେନାଙ୍କ ସମେତ ବହୁ ସମାଜସେବୀ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷା ୨୦୨୨ ରେ ସାରା ରାଜ୍ୟରେ ୬୮ତମ ର୍ୟାଙ୍କରେ କୃତିତ୍ୱ ହାସଲ କରିଥିବା ଆସିକା ଏନ୍ଏସି ଅଧୀନସ୍ଥ ବାଣିବିହାର ଅଞ୍ଚଳର ରଚିତା ମହାପାତ୍ରଙ୍କୁ ଏକ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଂଜୟ କୁମାର ମହାପାତ୍ର, ମାନବସେବା ସମିତିର ଆବାହକ ଗଣେଶ ରଥ, ସଂପାଦକ ଦୁର୍ଗାପ୍ରସାଦ ପଣ୍ଡା, ଆସିକା ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀ, ଓକିଲ ସଂଘର ସଂପାଦକ ବିଦେଶୀ ନାହାକ ପ୍ରମୁଖ ଉଦ୍ବୋଧନ ଦେଇ ଜୀବନରେ ସାର୍ଥକତା ପ୍ରମାଣିତ କରିବା ଓ ଲକ୍ଷ୍ୟସ୍ଥଳରେ ପହଂଚିବା ପାଇଁ ଦୃଢତାର ସହ ଅଗ୍ରସର ହେବାକୁ ପରାମର୍ଶ ଦେଇ ଅବିରତ ପ୍ରୟାସ, କଠିନ ପରିଶ୍ରମ ଓ ଉଚ୍ଚକୋଟୀର ଯୋଜନା ଓ ଚିନ୍ତାଧାରାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ମାନବସେବା ସମିତି ପକ୍ଷରୁ ଅନୁଷ୍ଠିତ ଏହି ନାରାୟଣ ସେବା ଓ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ସହରବାସୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।