ଆସିକାରେ ଶିକ୍ଷାବିଭାଗ ପକ୍ଷରୁ ବ୍ଳକସ୍ତରୀୟ ସମୀକ୍ଷା ବୈଠକ

ଆସିକା, (ଯୁଗାବ୍ଦ ନ୍ୟୁଜ):ଶିକ୍ଷାର ଗଣାତ୍ମକ ବୃଦ୍ଧି ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ଆକୃଷ୍ଟ କରିବା ସକାଶେ ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାଗୁଡିକ ଯେପରି ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଶତପ୍ରତିଶତ ସଫଳତାର ସହ ପାଳିତ ହୋଇପାରିବ ସେ ସଂକ୍ରାନ୍ତରେ ଆଲୋଚନା ଓ ସମୀକ୍ଷା କରିବା ସକାଶେ ଶିକ୍ଷା ବିଭାଗ ପକ୍ଷରୁ ଏକ ବ୍ଳକସ୍ତରୀୟ ସମୀକ୍ଷା ବୈଠକ ବିଇଓ ମୁନ୍‍ରାଣୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ଓ ବିଭୁନନ୍ଦନ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି ସମୀକ୍ଷା ବୈଠକରେ ସରକାରୀ ଅନୁଦାନର ସଦ୍‍ବିନିଯୋଗ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକମାନେ ନିଜ ନିଜ କ୍ଳଷ୍ଟରର ବିଦ୍ୟାଳୟକୁ ନିୟମିତ ପରିଦର୍ଶନ, ମଧ୍ୟାହ୍ନ ଭୋଜନ ସୁପରିଚାଳନା, ଶିକ୍ଷକମାନଙ୍କ ଶିକ୍ଷାଦାନ ଓ ସମୟ ନିର୍ଘଣ୍ଟ ଅନୁଯାୟୀ ବିଦ୍ୟାଳୟକୁ ଆସିବା, ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟସେବା, ଅନ୍‍ଲାଇନ୍‍ରେ ବିଦ୍ୟାଳୟର ସାମୂହିକ ତଥ୍ୟ ପ୍ରଦାନ କରିବା, ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଓ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷା ଏବଂ ଆନ୍ତର୍ଜାତିକ ବାଳିକା ଦିବସ ପାଳନ ଓ ୮ ତାରିଖରେ ହେବାକୁ ଥିବା ବ୍ଳକସ୍ତରୀୟ ବିଜ୍ଞାନମେଳାର ସଫଳ ରୂପାୟନ, ଶିକ୍ଷାର ବିକାଶ ପାଇଁ କାର୍ଯ୍ୟଖସଡା ପ୍ରସ୍ତୁତ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମକୁ ସଠିକ୍‍ ପରିଚାଳନା, ସ୍କୁଲ ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା, ଆସନ୍ତା ଡିସେମ୍ବର ମାସ ୪ ତାରିଖରେ ହେବାକୁ ଥିବା ଜାତୀୟସ୍ତରୀୟ ମେଧା ପରୀକ୍ଷାରେ କୃତିତ୍ୱ ହାସଲ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନପତ୍ର ନମୂନାର ଅଭ୍ୟାସ ତ୍ୱରାନ୍ୱିତ, ୟୁଡାଇସ୍‍ ପ୍ଳସର ସଫଳ ରୂପାୟନ, ନବଭାରତ ସାକ୍ଷରତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ, ଆତ୍ମସୁରକ୍ଷା ତାଲିମ୍‍ ଶିବିର ଆୟୋଜନ ସମେତ ବିଭିନ୍ନ ଶିକ୍ଷାର ବିକାଶ ସଂକ୍ରାନ୍ତୀୟ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଆସିକା ଏନ୍‍ଏସି, ବାବନପୁର, ବଡଖୋଲି, ଭେଟନଇ, ଖାରିଆ, ହରିଡାପଦର, କାଳଷଣ୍ଢପୁର, ନଳବଣ୍ଟା, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ବାଲିସିରା, ନିମିନା, କେନ୍ଦୁପଦର କ୍ଳଷ୍ଟର ଅଧୀନସ୍ଥ ବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣକୁ ଆହୁରି କ୍ରିୟାଶୀଳ କରିବାକୁ ପରାମର୍ଶ ଦିଆଯାଇଥିଲା । ଶିକ୍ଷାବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ବ୍ଳକସ୍ତରୀୟ ସମୀକ୍ଷା ବୈଠକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସରୋଜ କୁମାର ପ୍ରଧାନ, ଆର୍‍.ସିଲା ଦୋରା, ଶିଶିରକାନ୍ତ ବେହେରା, ରାଧାମୋହନ ଡାକୁଆ, ସୌଦାମିନୀ ହୋତା, ଚିତ୍ରସେନ ସେଠୀ, ଟୁଲୁ ସେଠୀ, ଅର୍ଚ୍ଚନା ବେହେରା, ହରିବନ୍ଧୁ ବେହେରା, ରଂଜିତା ପାତ୍ର, ଚନ୍ଦ୍ରଶେଖର ସ୍ୱାଇଁ, ବଂଶୀଧର ପରିଡାଙ୍କ ସମେତ ଶିକ୍ଷାବିଭାଗର ବହୁ ପଦାଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ