ଆସିକାରେ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବ୍ଳକସ୍ତରୀୟ ମାସିକ ଆଲୋଚନା ବୈଠକ

ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କର୍ତ୍ତୃପକ୍ଷ (ଓସେପା), ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ବରଗାଁ ପରିସରରେ ପ୍ରଧାନଶିକ୍ଷକଙ୍କ ଏକାଦଶତମ ବ୍ଳକସ୍ତରୀୟ ମାସିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଳକସ୍ତରୀୟ ମାସିକ ଆଲୋଚନା ବୈଠକରେ ଆସିକା ବ୍ଳକ ଓ ଏନ୍‍ଏସି ଅଧୀନସ୍ଥ ୩୩ଟି ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ନେଇ ବିଭିନ୍ନ ଶିକ୍ଷା ବିଷୟରେ କରାଯାଇଥିଲା । ବରଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସ୍ନେହଲତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ବୈଠକରେ ଆସିକାର ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀ, ନାରାୟଣ ମହାପାତ୍ର, ପ୍ରସନ୍ନ କୁମାର ପାଣିଗ୍ରାହୀ, ମୋ ସ୍କୁଲ ଅଭିଯାନର ଜିଲ୍ଲା ସଂଯୋଜକ ପାୟଲ୍‍ ଦାଶ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଓ ବିଦ୍ୟାର୍ଥୀ ଉଭୟ କିପରି ଭାବରେ ପରସ୍ପର ନିର୍ଭରଶୀଳ ତାହାରି ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିବା ସାଙ୍ଗକୁ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖିଲେ ଉଚ୍ଚ ବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶ ସମ୍ଭବ ବୋଲି ପ୍ରକାଶ କରିଥିଲେ । ହାଇସ୍କୁଲ ପ୍ରଧାନଶିକ୍ଷକମାନଙ୍କ ଏହି ବ୍ଳକସ୍ତରୀୟ ଆଲୋଚନା ବୈଠକରେ ଉତ୍କର୍ଷ କାର୍ଯ୍ୟକ୍ରମ, ଆକାଂକ୍ଷୀ କାର୍ଯ୍ୟକ୍ରମ, ଖାନ୍‍ ଏକାଡେମୀର ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ବିଷୟ, ପିଏମ୍‍ଶ୍ରୀ ସ୍କୁଲ କାର୍ଯ୍ୟକ୍ରମ, ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପାଇଁ ପ୍ରସ୍ତୁତି, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ପାଇଁ ପ୍ରସ୍ତୁତି, ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଡିଜିଟାଲ୍‍ ମୂଲ୍ୟାଙ୍କନ, ବିଦ୍ୟାଳୟ ପରିଦର୍ଶନ, ବିଦ୍ୟାଳୟ ମତାମତ ଫର୍ଦ୍ଦ ଦାଖଲ ସମେତ ବିଭିନ୍ନ ବିଷୟ ଉପରେ ଏହି ପ୍ରଶିକ୍ଷଣ ଶିବିରରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ବ୍ଳକସ୍ତରୀୟ ହାଇସ୍କୁଲ ପ୍ରଧାନଶିକ୍ଷକ ମାନଙ୍କ ଏକାଦଶତମ ଆଲୋଚନା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ଅଶୋକ କୁମାର ସେଠୀ, ନାରାୟଣ ମହାପାତ୍ର, ଅଶୋକ କୁମାର ପାଢୀ, ବାଳକୃଷ୍ଣ ଲେଙ୍କା, ଅବନୀକାନ୍ତ ତ୍ରିପାଠୀ, ଗୌରୀଶଙ୍କର ଗୌଡ, ତାରା ପ୍ରସାଦ ମିଶ୍ର, ଭାଗିରଥୀ ଷଡଙ୍ଗୀ, ପ୍ରମୋଦ କୁମାର ଗୌଡ, ସରୋଜକାନ୍ତ ଦାଶ, ହିମାଂଶୁ ଶେଖର ନାୟକ, ଭଗବାନ ସ୍ୱାଇଁ, ବିଭୁପ୍ରସାଦ ପଣ୍ଡା, ପ୍ରଦୀପ୍ତ କୁମାର ସାମନ୍ତରାୟ, ଶୈଳବାଳା ସେଠୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଗୋବିନ୍ଦଚନ୍ଦ୍ର ଆଚାର୍ଯ୍ୟ, ଅଶୋକ କୁମାର ଦାଶ, ବିଭୁନନ୍ଦନ ପଣ୍ଡା, ମିନତୀ କୁମାରୀ ପାତ୍ର, ପ୍ରତାପ ଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ପାଣିଗ୍ରାହୀ, ହିମାଂଶୁ ଶେଖର ମୁନି, ଉଗ୍ରସେନ ପାତ୍ର, ଚିତ୍ତରଂଜନ ଷଡଙ୍ଗୀ, ପ୍ରଦୀପ କୁମାର ପରିଡା, ଶୁଭ୍ରାଂଶୁ ପଣ୍ଡା, ଗାୟତ୍ରୀ ସାହୁ, ସସ୍ମିତା ନାହାକ, ରାମକୃଷ୍ଣ ପଣ୍ଡାଙ୍କ ସମେତ ବହୁ ପ୍ରଧାନଶିକ୍ଷକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ବରଗାଁ ପରିସରରେ ଅନୁଷ୍ଠିତ ହୋଇଥିବା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ଏକାଦଶତମ ବ୍ଳକସ୍ତରୀୟ ମାସିକ ସମୀକ୍ଷା ବୈଠକକୁ ସୁପରିଚାଳନା କରିବା ଦିଗରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ନମିତା ବେହେରା, ରୋଶନା କୁମାରୀ ଭଂଜ, ସ୍ୱପ୍ନା କୁମାରୀ ରାଇତା, ଏ.ସ୍ୱାତୀ, ଏମ୍‍.ଆଶାଲତା ଦେବୀ, ଚନ୍ଦ୍ରଶେଖର ଦାଶ, ଅରଣ୍ୟା ବିଶ୍ୱାଳ, ପ୍ରତିମା କୁମାରୀ ବେହେରା, ବୁଲୁ ବେହେରା, ରଶ୍ମିତା କୁମାରୀ ନାୟକ, ସୁନିତା ପଣ୍ଡା, ଅନିମା ଗିଧି, ରବିନ୍ଦ୍ରନାଥ ଆଚାର୍ଯ୍ୟ, ଅଞ୍ଜଳି ମଣ୍ଡଳ ପ୍ରମୁଖ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ