ଆସିକାରେ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବ୍ଳକସ୍ତରୀୟ ମାସିକ ଆଲୋଚନା ବୈଠକ
ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କର୍ତ୍ତୃପକ୍ଷ (ଓସେପା), ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଶନିବାର ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କାଳଷଣ୍ଢପୁର କ୍ଳଷ୍ଟରର ଜୟପୁର ଗ୍ରାମ ସ୍ଥିତ ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ ଦ୍ୱାଦଶତମ ବ୍ଳକସ୍ତରୀୟ ମାସିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଳକସ୍ତରୀୟ ମାସିକ ଆଲୋଚନା ବୈଠକରେ ଆସିକା ବ୍ଳକ ଓ ଏନ୍ଏସି ଅଧୀନସ୍ଥ ୩୩ଟି ହାଇସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ନେଇ ବିଭିନ୍ନ ଶିକ୍ଷା ବିଷୟରେ କରାଯାଇଥିଲା । ଜୟପୁର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜୀବ ଲୋଚନ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ବୈଠକରେ ଆସିକାର ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀ, ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଟେକନିକାଲ୍ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରତାପ କୁମାର ମହାପାତ୍ର, ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ପାତ୍ର, ଜୟପୁର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଗାୟତ୍ରୀ ସାହୁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଓ ବିଦ୍ୟାର୍ଥୀ ଉଭୟ କିପରି ଭାବରେ ପରସ୍ପର ନିର୍ଭରଶୀଳ ତାହାରି ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିବା ସାଙ୍ଗକୁ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିରଖିଲେ ଉଚ୍ଚ ବିଦ୍ୟାଳୟ ଗୁଡିକର ସାମଗ୍ରିକ ବିକାଶ ସମ୍ଭବ ବୋଲି ପ୍ରକାଶ କରିଥିଲେ । ହାଇସ୍କୁଲ ପ୍ରଧାନଶିକ୍ଷକମାନଙ୍କ ଏହି ଦ୍ୱାଦଶତମ ବ୍ଳକସ୍ତରୀୟ ଆଲୋଚନା ବୈଠକରେ ଏଲ୍ଇପି-ଉତ୍କର୍ଷ କାର୍ଯ୍ୟକ୍ରମର ସଫଳ ରୂପାୟନ, ଆକାଂକ୍ଷୀ ଉପାଦନ ଓ ମୂଲ୍ୟାଙ୍କନର ସଫଳ କାର୍ଯ୍ୟକାରିତା, ଖାନ୍ ଏକାଡେମୀର ଗଣିତ ଦକ୍ଷତା ବୃଦ୍ଧି ପଦକ୍ଷେପ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ର କାର୍ଯ୍ୟକାରିତା ଓ ଛାତ୍ରଛାତ୍ରୀଙ୍କ ନେତୃତ୍ୱ ପୁରସ୍କାରର ଚୟନ ଏବଂ ଅନ୍ୟ ପୁରସ୍କାର ପ୍ରକ୍ରିୟା, ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏସ୍ଆଇଓଏସ୍) ଉପଲବ୍ଧ ବର୍ଷ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କାର୍ଯ୍ୟକ୍ରମ, ପ୍ରଧାନଶିକ୍ଷକଙ୍କ ବିଦ୍ୟାଳୟ ପରିଦର୍ଶନ, ମତାମତ ଫର୍ଦ୍ଦ ଓ ିବିଦ୍ୟାଳୟ ପର୍ଯ୍ୟବେକ୍ଷଣ ଫର୍ଦ୍ଦ ଦାଖଲ ସମେତ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଏହି ଆଲୋଚନା ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ବ୍ଳକସ୍ତରୀୟ ହାଇସ୍କୁଲ ପ୍ରଧାନଶିକ୍ଷକ ମାନଙ୍କ ଦ୍ୱାଦଶତମ ମାସିକ ଆଲୋଚନା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ପାଣିଗ୍ରାହୀ, ତାରା ପ୍ରସାଦ ମିଶ୍ର, ପ୍ରମୋଦ କୁମାର ଗୌଡ, ବାଳକୃଷ୍ଣ ଲେଙ୍କା, ସରୋଜକାନ୍ତ ମିଶ୍ର, ପ୍ରଦୀପ କୁମାର ପରିଡା, ରାମକୃଷ୍ଣ ପଣ୍ଡା, ଚିତ୍ତରଂଜନ ଷଡଙ୍ଗୀ, ଅବନୀକାନ୍ତ ତ୍ରିପାଠୀ, ସ୍ନେହଲତା ଆଚାର୍ଯ୍ୟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଗୌରୀଶଙ୍କର ଗୌଡ, ଗୋବିନ୍ଦଚନ୍ଦ୍ର ଆଚାର୍ଯ୍ୟ, ସସ୍ମିତା ନାହାକ, ହିମାଂଶୁ ଶେଖର ମୁନି, ପ୍ରଦୀପ କୁମାର ସାମନ୍ତରାୟ, ଅଶୋକ କୁମାର ସେଠୀ, ଲବ ସେଠୀ, ଶୁଭକାନ୍ତ ବେହେରା, ଭାଗୀରଥୀ ଷଡଙ୍ଗୀ, ଉଗ୍ରସେନ ପାତ୍ର, ଭଗବାନ ସ୍ୱାଇଁ, ହିମାଂଶୁ ଶେଖର ନାୟକ, ସୁଧାଂଶୁ ଶେଖର ପାଢୀଙ୍କ ସମେତ ବହୁ ପ୍ରଧାନଶିକ୍ଷକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଜୟପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ଦ୍ୱାଦଶତମ ବ୍ଳକସ୍ତରୀୟ ମାସିକ ସମୀକ୍ଷା ବୈଠକକୁ ସୁପରିଚାଳନା କରିବା ଦିଗରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜୀବ ଲୋଚନ ସେଠୀ, ବରିଷ୍ଠ ଶିକ୍ଷୟିତ୍ରୀ ଗାୟତ୍ରୀ ସାହୁ, ସହକାରୀ ଶିକ୍ଷୟିତ୍ରୀ ସସ୍ମିତା କୁମାର ନନ୍ଦ, ରିମେଶ ଶବର, ବିରଜ୍ ବର୍ମନ୍, ରତିକାନ୍ତ ମଲିକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜଗଦିଶ ଗୌଡ, ବସନ୍ତ କୁମାର ପଣ୍ଡା, ସରୋଜ କୁମାର ପ୍ରଧାନ, ବବିତା କୁମାରୀ ସ୍ୱାଇଁ, ଧରିତ୍ରୀ ରାଉତ, ଅପରାଜିତା ସେଠୀ, ମାମୁନି ବିଶ୍ୱାଳ, କେ.ଜ୍ୟୋତିରାମ ବେହେରା, ଗୀତାଞ୍ଜଳୀ ମୋହିନୀ, କିରାଣୀ ଆକାଶ ଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।