ଆସିକାର ବିଶିଷ୍ଟ ବ୍ୟବସାୟୀ ମହେନ୍ଦ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍ଏସି ଅଧିନସ୍ଥ ୧୩ନଂ. ୱାର୍ଡ ବିନାୟକ ବଜାର ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ପରୋପକାରୀ ବ୍ୟକ୍ତି ରୂପେ ପରିଚିତ ଥିବା ମହେନ୍ଦ୍ର ସାବତ (ବୟସ ପ୍ରାୟ ୭୦ ବର୍ଷ)ଙ୍କ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଯାଇଛି । ଆସିକା ଏନ୍ଏସି ଅଧିନସ୍ଥ ବିନାୟକ ବଜାର ଅଞ୍ଚଳର ଜଣାଶୁଣା ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତି ମହେନ୍ଦ୍ର ସାବତଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ବେଳେ ଆସିକାର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ପୂର୍ବତନ ବିଧାୟକ ଦେବରାଜ ମହାନ୍ତି, ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀ, ସନ୍ତୋଷ କୁମାର ପାଣିଗ୍ରାହୀ, ବିଦେଶୀ ନାହାକ, ରାଘବ ନାହାକ, ନାରାୟଣ ବେହେରା, ଅଜିତ୍ କୁମାର ଚୌଧୁରୀ, ପ୍ରିୟାଂଶୁ ଶେଖର ପରିଡା, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା ଓ ନିର୍ଦ୍ଦେଶକ ଭଗବାନ ବେହେରା, ସମାଜସେବୀ ଏମ୍.ତାରିଣୀ ସେନାପତି, ଭଗବାନ ସାହୁ, ଶିବ ନାହାକ, ସନ୍ତୋଷ କୁମାର ପୋଲାଇ, ବଂଶୀଧର ନାହାକ, ସତ୍ୟନାରାୟଣ ସ୍ୱାଇଁ, ଅନିଲ୍ କୁମାର ନାୟକ, ରବିନ୍ଦ୍ର ନାଥ ପୋଲାଇ, ଇ.ଅରୁଣ କୁମାର ପାତ୍ର, ଭାନୁପ୍ରତାପ ମହାରଣା, ସରୋଜ କୁମାର ଭଂଜ, ନିଗମାନନ୍ଦ ମହାନ୍ତି, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, କେ.ରବିନ୍ କୁମାର ପାତ୍ର, କେଶବ ଦାଶ, ପ୍ରଦୀପ କୁମାର ମୁନି, କମଳ ଲୋଚନ ରେଡି, ରବି ନାହାକ, ପ୍ରସନ୍ନ କୁମାର ତ୍ରିପାଠୀ, ଶିବ ପ୍ରସାଦ ଶତପଥୀ, ଆକାଶ ସ୍ୱାଇଁ, ସୁନିଲ୍ କୁମାର ସ୍ୱାଇଁ, ସିମାଂଚଳ ପରିଡା, ନିରଂଜନ ସାହୁ, ପି.ନାଗଭୂଷଣ ପାତ୍ର, କେ.ଦୀପକ କୁମାର ସେନାପତି, କେ.ସନ୍ତୋଷ କୁମାର ସେନାପତି, ସୀତାରାମ ଶର୍ମା, ପି.ତିରୁପତି ପାତ୍ର, ପି.ତିରୁପତି ରାଓ, ପି.ଦ୍ୱାରିକା ପାତ୍ର, ଏସ୍.ଅନିଲ୍ କୁମାର ପୃଷ୍ଟି, ଦେବାଶିଷ ପଣ୍ଡା, କେ.କିଶୋର କୁମାର ସେନାପତି, ଅରୁଣ କୁମାର ଗୁପ୍ତା, ଦୀପକ କୁମାର ମହାନ୍ତି, ଏ.ସୁଧାକର ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି । ଏକ ଶୋକାକୁଳ ପରିବେଶ ମଧ୍ୟରେ ଆଧ୍ୟାତ୍ମିକପ୍ରେମୀ ତଥା ପରୋପକାରୀ ବ୍ୟକ୍ତି ମହେନ୍ଦ୍ର ସାବତଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ସନ୍ଧ୍ୟାରେ ପବିତ୍ର ଋଷିକୁଲ୍ୟ ଓ ବଡନଦୀର ସଙ୍ଗମସ୍ଥଳ ଉତ୍ତରବାଙ୍କ ଶ୍ମସାନରେ ସଂପନ୍ନ ହୋଇଥିବା ଜଣାପଡିଛି । ମୃତ୍ୟୁଶଯ୍ୟା ନିକଟରେ ଧର୍ମପତ୍ନୀ ସବିତା ସାବତ, ପୁତ୍ର ତଥା ବିନାୟକ ବଜାର ବ୍ୟବସାୟୀ ସଂଘର ସଭାପତି ସାଗର ସାବତ, ପୁତ୍ରବଧୁ ବନ୍ଦିତାରାଣୀ ପାତ୍ର, କନ୍ୟା ଇନ୍ଦିରା ସାବତ, ଜୋଇଁ ସନ୍ତୋଷ କୁମାର ସାବତଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକାର ବିଶିଷ୍ଟ ବ୍ୟବସାୟୀ ମହେନ୍ଦ୍ର ସାବତ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପରଲୋକଗମନ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ମରଶରୀର ଆମ୍ବୁଲାନ୍ସରେ ଆସି ବିନାୟକ ବଜାର ସ୍ଥିତ ବାସଭବନରେ ପହଂଚିବା ପରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲା ବେଳେ ତାଙ୍କର ଅକାଳ ବିୟୋଗରେ ବିନାୟକ ବଜାରର ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।