ଆସିକା ଆରିୟନ ପବ୍ଳିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ନର୍ସରୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ଓ ମେଧାବୀ ତଥା ପ୍ରତିଭାବାନ୍‍ ବିଦ୍ୟାର୍ଥୀ ସୃଷ୍ଟି କରିବା ଲକ୍ଷ୍ୟରେ ୧୯୯୮ ମସିହାରେ ସ୍ଥାପିତ ହୋଇଥିବା ଆସିକା ଆରିୟନ ପବ୍ଳିକ ସ୍କୁଲର ୨୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ଶିକ୍ଷାନୁଷ୍ଟାନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ଆସିକା ଆରିୟନ ପବ୍ଳିକ ସ୍କୁଲର ସଂପାଦକ ପରବିନ୍ଦର୍‍ ସିଂହ, ନିର୍ଦ୍ଦେଶକ ଅଭିନିତ୍‍ ଗମ୍ଭୀର ଓ ଗୀତୁ ଗମ୍ଭୀରଙ୍କ ପରାମର୍ଶକ୍ରମେ ଆରମ୍ଭ ହୋଇଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାନୁଷ୍ଠାନର ପ୍ରଶାସନିକ ମୁଖ୍ୟ ଦୀପ୍‍ ଗମ୍ଭୀର ଓ ଅଧ୍ୟକ୍ଷ ସଂଜୟ କୁମାର ପଟ୍ଟନାୟକ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତା ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିବା ସହ ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ସୁସ୍ଥ, ଶାରୀରିକ ଓ ମାନସିକ ବିକାଶରେ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ଭଲ ଖେଳକୁଦ କରିବା ସହ ନିଜର ପ୍ରତିଭା, ପାରଦର୍ଶିତା ଓ ପାରଙ୍ଗମତାକୁ ଲୋକଲୋଚନକୁ ଆଣି କ୍ରୀଡା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ । ଆସନ୍ତା ୩ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟରେ ଅଧ୍ୟୟନରତ ନର୍ସରୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୨ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦୌଡ, ଲମ୍ବଡିଆଁ, ଉଚ୍ଚାଡିଆଁ, ମ୍ୟୁଜିକାଲ ଚେୟାର୍ ସମେତ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ବିଭିନ୍ନ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଆସିକା ଆରିୟାନ ପବ୍ଳିକ ସ୍କୁଲର କ୍ରୀଡା ଶିକ୍ଷକ ମନୋରଂଜନ ରଥ, ନାରାୟଣ ଗୌଡ, ଏ.ନିବେଦିତା ଆଚାରୀ, ଅନିତା କୁମାରୀ ମହାରଣା, ଅର୍ଚ୍ଚନା କୁମାରୀ ରଥ, ବିଦ୍ୟୁତପ୍ରଭା ନାୟକ, ଚନ୍ଦିନୀ ଜେନା, ଚିନ୍ମୟୀ ପାଢୀ, ଜାନକୀ ମହାରଣା, କିଶାନ୍‍ କୁମାର ରଣା, କୁମାରୀ ଶଶୀରେଖା, ମନୋଲିସା ଖଟେଇ, ପ୍ରଣତି ମିଶ୍ର, ପୂଜାରାଣୀ ଦାଶ, ସାବିତ୍ରୀ ସେଠୀ, ସୀତାରାମ ଲେଙ୍କା, ସୋନାଲି ସ୍ୱାଇଁ, ସୁଚିତ୍ରା କୁମାରୀ ମହାନ୍ତି, ସୁଜାତା ଗୌଡ, ସୁନିତା କୁମାରୀ ମିଶ୍ର, ସୁନିତା କୁମାରୀ ରଥ, ସୁପ୍ରଭା କୁମାରୀ ବିଶ୍ୱାଳ, ଟି.ଇତିଶ୍ରୀ କୁମାରୀ ଦୋରା, ବଳରାମ ପଣ୍ଡା, ବନ୍ଦନା ମହାରଣା, ଭାରତୀ କୁମାରୀ ଷଡଙ୍ଗୀ, ବିଷ୍ଣୁପ୍ରିୟା ଦଳେଇ, ଚନ୍ଦ୍ରଶେଖର ସାହୁ, ଧରିତ୍ରୀ ପଣ୍ଡା, ଗଣେଶ ଚନ୍ଦ୍ର ନାୟକ, ଗଣେଶ ସୁରେନ୍ଦ୍ର ପ୍ରଧାନ, ଯାଜ୍ଞସେନୀ ମହାନ୍ତି, କେ.ସୂର୍ଯ୍ୟନାରାୟଣ ଆଚାରୀ, କାଜଲ ପଟ୍ଟନାୟକ, ଲକ୍ଷ୍ମୀ ସାହୁ, ମିନତୀ କୁମାରୀ ମହାପାତ୍ର, ନାରାୟଣ ଡାକୁଆ, ପାର୍ବତୀ ନାୟକ, ପ୍ରିୟଙ୍କା ସିୟ, ପୁଷ୍ପିତା ସିୟ, ରୁଦ୍ର ପ୍ରସାଦ ସାହୁ, ଏସ୍‍.ପୁଷ୍ପା ରେଡି, ସବିତା କୁମାରୀ ମହାପାତ୍ର, ଶୈଳବାଳା ଦାଶ, ସସ୍ମିତା ଖଟେଇ, ସେଫାଳୀ ମିଶ୍ର, ଶିବାନୀ ପାତ୍ର, ସ୍ନିଗ୍ଧାରାଣୀ ପାଢୀ, ସୌଦାମିନୀ ସେଠୀ, ଶ୍ରୀକାନ୍ତ କୁମାର ରାଉତ, ସୁଶିଲ୍‍ କୁମାର ପାଢୀ, ସ୍ୱପ୍ନାରାଣୀ ଲେଙ୍କା, ସ୍ୱପ୍ନାରାଣୀ ସ୍ୱାଇଁ, ବନବାସୀ ନାହାକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନାରେ ସହଯୋଗ କରୁଥିବା ବେଳେ ଏହି ପ୍ରତିଯୋଗିତାକୁ ଉପଭୋଗ କରିବା ଲାଗି ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଆରିୟନ ପବ୍ଳିକ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବର ଉଦ୍‌ଘାଟନୀ ଦିବସରେ ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନେ କାଳଷଣ୍ଢପୁର ସ୍ଥିତ ଶ୍ରୀ ଶ୍ରୀ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ଏକ ମଶାଲ ଶୋଭାଯାତ୍ରାରେ ବାହାରି ଖେଳ ପଡିଆରେ ପହଞ୍ôଚବା ପରେ ଶିକ୍ଷାନୁଷ୍ଠାନର ପ୍ରଶାସନିକ ମୁଖ୍ୟ ଦୀପ୍‍ ଗମ୍ଭୀର ଓ ଅଧ୍ୟକ୍ଷ ସଂଜୟ କୁମାର ପଟ୍ଟନାୟକ କ୍ରୀଡାଧ୍ୱଜା ଉତ୍ତୋଳନ କରିବା ପରେ ଆନୁଷ୍ଠାନିକ ଭାବେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ