ଆସିକା ଆରିୟନ ପବ୍ଳିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ନିର୍ମଳ ପରିବେଶ ଅଭିଯାନ କାର୍ଯ୍ୟକ୍ରମ
ଆସିକା, (ୱାଇଏନ୍ଏସ୍):ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ସ୍ଥିତ ଆରିୟନ୍ ପବ୍ଳିକ ସ୍କୁଲର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍, ଭାରତ ସ୍କାଉଟ୍ ଓ ଗାଇଡ୍ସର ସ୍ୱେଚ୍ଛାସେବୀ ଏବଂ ଅଷ୍ଟମ ଓ ନବମ ଶ୍ରେଣୀରେ ଅଧ୍ୟୟନରତ ବହୁ ବିଦ୍ୟାର୍ଥୀ ସ୍ଥାନୀୟ ମା ଖମ୍ବେଶ୍ୱରୀଙ୍କ ମନ୍ଦିର ପଛପଟ କଲ୍ୟାଣ ମଣ୍ଡପ ପରିସର ତଥା ଏହାର ଆଖପାଖ ଅଞ୍ଚଳରେ ନିର୍ମଳ ପରିବେଶ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଆସିକା ଆରିୟନ୍ ପବ୍ଳିକ ସ୍କୁଲର ଶିକ୍ଷୟିତ୍ରୀ ଧରିତ୍ରୀ ପଣ୍ଡା, ଏନ୍ସିସି ଅଫିସର ନାରାୟଣ ଗୌଡ ଓ କ୍ରୀଡା ଶିକ୍ଷକ ମନୋରଂଜନ ରଥଙ୍କ ନେତୃତ୍ୱରେ ଏନ୍ସିସି କ୍ୟାଡେଟ୍, ସ୍କାଉଟ୍ ଓ ଗାଇଡ୍ସର ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀମାନେ ହାତରେ ଝାଡୁ ଧରି ମା ଖମ୍ବେଶ୍ୱରୀଙ୍କ ମନ୍ଦିର ପଛପଟ କଲ୍ୟାଣ ମଣ୍ଡପର ପରିସରକୁ ପରିଷ୍କାର ଓ ପରିଚ୍ଛନ୍ନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ଆରିୟନ୍ ପବ୍ଳିକ ସ୍କୁଲର ଶିକ୍ଷୟିତ୍ରୀ ଧରିତ୍ରୀ ପଣ୍ଡା, ଏନ୍ସିସି ଅଫିସର ନାରାୟଣ ଗୌଡ ଓ କ୍ରୀଡା ଶିକ୍ଷକ ମନୋରଂଜନ ରଥ ଯୋଗଦେଇ ସଫେଇ ଆପଣାନ୍ତୁ ଓ ରୋଗ ହଟାନ୍ତୁ ସ୍ଳୋଗାନ୍ ଦେଇ ରାସ୍ତାପାଶ୍ୱର୍ରେ ମଳତ୍ୟାଗ ନକରିବା ପାଇଁ ଲୋକଙ୍କୁ ସଚେତନ କରିବା, ପଲିଥିନ୍ ଓ ପ୍ଳାଷ୍ଟିକ୍ ବୋତଲ ଏଣେତେଣେ ନପକାଇବା, ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ଅଳିଆ ଆବର୍ଜନାକୁ ସଂଗ୍ରହ କରି ଗୋଟିଏ ସ୍ଥାନରେ ରଖିବା ସମେତ ସ୍ୱଚ୍ଛତା ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଥିଲା ।