ଆସିକା ଉପ କାରାଗାରରେ ଜେଲ୍ ପ୍ରତିଷ୍ଟା ଦିବସ ପାଳିତ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଉପକାରାଗାରରେ ଜେଲ୍ ପ୍ରତିଷ୍ଟା ଦିବସ ପାଳିତ ହୋଇଯାଇଛି । ଆସିକା ସବ୍-ଜେଲ୍ ଅଧିକ୍ଷକ ଖଗେଶ୍ୱର ସିଂଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ କାଳୁଚରଣ ଜେନା ଓ ମଧୁସ୍ମିତା ନାୟକ, ସବ୍ ଆସିଷ୍ଟାଣ୍ଟ ଜେଲ୍ର ହରେକୃଷ୍ଣ ବେହେରା ଓ ଅନଞ୍ଜୟ ପ୍ରଧାନ, ଫାର୍ମାସିଷ୍ଟ ଉମାକାନ୍ତ ସାହୁ ଯୋଗଦେଇ ଅନ୍ତେବାସୀ ମାନଙ୍କୁ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରିବା ସହ ଅନ୍ତେବାସୀମାନେ ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ନିୟମିତ ଯୋଗ, ପ୍ରାଣାୟାମ କରିବାକୁ ଆହ୍ୱାନ କରି ସମସ୍ତେ ନିଜକୁ ସମର୍ପଣ ଭାବ ରଖି ତ୍ୟାଗ, ନିଷ୍ଠା ଓ ସହଯୋଗ ରକ୍ଷା କରି ସଦାସର୍ବଦା ସକରାତ୍ମକ ଚିନ୍ତାଧାରା ମାଧ୍ୟମରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଆସିକା ଉପକାରାଗରରେ ଜେଲ୍ ପ୍ରତିଷ୍ଟା ଦିବସ ପାଳନ ଅବସରରେ ଅନୁଷ୍ଟିତ ଚେସ୍, ଲୁଡୁ, କ୍ୟାରମ୍ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୧୦ ଜଣ ଅନ୍ତେବାସୀ ମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ଆସିକା ଉପକାରଗାର ପରିସରରେ ଜେଲ୍ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସେବା ମନୋଭାବ ନେଇ ନିଷ୍ଠାପର ଭାବେ କାର୍ଯ୍ୟ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବରିଷ୍ଠ ୱାର୍ଡର ହରିହର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସବ୍ଜେଲ୍ ପରିସରରେ ବିଶ୍ୱ ମାନବାଧିକାର ଦିବସ ପାଳନ କାର୍ଯ୍ୟକ୍ରମରେ ଆସିକା ସବ୍-ଜେଲ୍ ଅଧିକ୍ଷକ ଖଗେଶ୍ୱର ସିଂ ଯୋଗଦେଇ ଜେଲ୍ ପ୍ରତିଷ୍ଠା ଦିବସର ଲକ୍ଷ୍ୟ, ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ୧୯୪୮ ମସିହା ଡିସେମ୍ବର ମାସ ୧୦ତାରିଖରେ ଜାତିସଂଘର ସାଧାରଣ ସଭାରେ ଘୋଷଣାପରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ମାନବାଧିକାର ଦିବସ ରୂପେ ମଧ୍ୟ ପାଳନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଡର ରମେଶ ନାୟକ, ବିରଞ୍ଚି ସାହୁ, ରାଜେଶ୍ ସାହୁ, ବିଜୟାନନ୍ଦ ରାଉତ, ପ୍ରଦୀପ ନାୟକ, ସୁବାସ ଡାକୁଆ, ମଂଜୁଲତା ସାହୁଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।