ଆସିକା ଏନ୍‍ଏସି ପକ୍ଷରୁ ପ୍ରସ୍ତୁତ ଅଣୁଜୈବ ଖତର ଚାହିଦା ବୃଦ୍ଧି

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ୧୮ଟି ୱାର୍ଡର ଶତାଧୀକ ସାହିବସ୍ତିରୁ ସଂଗ୍ରହ କରାଯାଉଥିବା ଜୈବିକ ଆବର୍ଜନାରୁ ପ୍ରସ୍ତୁତ ହେଉଥିବା ମୋ ଖତର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ବିନେତା ସ୍ୱାଇଁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‍ଙ୍କ ସୁଚିନ୍ତିତ ମାର୍ଗଦର୍ଶନ ଓ ପରାମର୍ଶରେ ଏହି ଅତ୍ୟାଧୁନିକ ଜ୍ଞାନକୈଶଳରେ ଉନ୍ନତମାନର ଜୈବିକ ଖତ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ଗତ ୨୦୨୧ ମସିହାରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରଭୁକ୍ତ ମସ୍‍ଜିଦ୍‍ ସମ୍ମୁଖସ୍ଥ ଋଷିକୁଲ୍ୟା ନଦୀ ଗଳି ଓ ତାଲୁକା ରୋଡ ମୁଖ୍ୟରାସ୍ତା ପାଶ୍ୱର୍ରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଦୁଇଟି ଅଣୁଜୈବ ଖତ ପ୍ରସ୍ତୁତି କେନ୍ଦ୍ରରେ ଉନ୍ନତମାନର ଖତ ଉତ୍ପାଦନ କରାଯାଉଥିବା ଜଣାପଡିଛି । ସହରର ଦୁଇଟି ଅଣୁଜୈବ ଖତ ପ୍ରସ୍ତୁତି କେନ୍ଦ୍ରରୁ ପ୍ରସ୍ତୁତ କରାଯାଉଥିବା ଖତର ଚାହିଦା ଦିନକୁ ଦିନ ବୃଦ୍ଧି ପାଇଚାଲିଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୨୨ ହଜାର ଟନ୍‍ ଖତ ବିକ୍ରୟ ହୋଇସାରିଥିଲା ବେଳେ ସେଥିମଧ୍ୟରୁ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ଆୟ ହୋଇଛି । କିଲୋଗ୍ରାମ ପ୍ରତି ପୂର୍ବରୁ ୨୦ ଟଙ୍କା ଦରରେ ଅଣୁଜୈବ ଖତ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ତାହା କିଲୋଗ୍ରାମ ପ୍ରତି ୧୦ ଟଙ୍କା ବିକ୍ରୀ ହେଉଥିବା ଜଣାପଡିଛି । ଆସିକା ଏନ୍‍ଏସି ପକ୍ଷରୁ ପ୍ରସ୍ତୁତ ହେଉଥିବା ଅଣୁଜୈବ ଖତର ଚାହିଦାକୁ ଦୃଷ୍ଟିରେ ରଖି ଅଧିକ ପରିମାଣର ଖତ କିପରି ପ୍ରସ୍ତୁତ ହୋଇପାରିବ ସେଥିପାଇଁ ଏନ୍‍ଏସି ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଉଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପରାମର୍ଶକ୍ରମେ ଆସିକା ଏନ୍‍ଏସି ପକ୍ଷରୁ ସହରର ଶତାଧୀକ ସାହିବସ୍ତିରୁ ସଂଗୃହିତ ଅଳିଆ ଆବର୍ଜନାକୁ ଅଣୁଜୈବ ଖତ (ଏମ୍‍ସିସି) ମାଧ୍ୟମରେ ଶୁଖିଲା ଓଦା ଆବର୍ଜନା ପାଇଁ ଅଲଗା କରାଯାଉଛି । ସେଥିରୁ ଜୈବିକ ଖତ ପ୍ରସ୍ତୁତ କରାଯାଉଛି । ଆଗାମୀ ଦିନରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଠାରୁ ଆରମ୍ଭ କରି ମୃôତ୍ତିକ ସଂରକ୍ଷଣ ବିଭାଗ, ଉଦ୍ୟାମ ବିଭାଗ, ବନ ବିଭାଗ ସମେତ ସାଧାରଣ ଜନତାଙ୍କୁ ମଧ୍ୟ ଆବଶ୍ୟକତା ସମୟରେ ପର୍ଯ୍ୟାପ୍ତ ପରିମାଣର ଅଣୁଜୈବ ଖତ ସରକାରୀ ନିର୍ଦ୍ଧାରିତ ଦରରେ ଯୋଗାଇଦେବାର ବ୍ୟବସ୍ଥା କରାଯାଉଥିଲା ବେଳେ ବର୍ତ୍ତମାନ ବିଭିନ୍ନ ବିଭାଗ ୫ ଟନ୍‍ ଅଣୁଜୈବ ଖତ ପାଇଁ ଇଣ୍ଡେନ୍‍ ଦେଇଥିବା ଜଣାପଡିଛି । ଆସିକା ଏନ୍‍ଏସି ପକ୍ଷରୁ ପ୍ରସ୍ତୁତ ଅଣଜୈବ ଖତର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ