ଆସିକା ଏନ୍‍ଏସି ପକ୍ଷରୁ “ସ୍ୱଚ୍ଛ ଦୀପାବଳୀ, ଶୁଭ ଦୀପାବଳୀ” କ୍ୟାମ୍ପେନ୍‍

ଆସିକା, (ଯୁଗାବ୍ଦ ନ୍ୟୁଜ):ଆଲୋକର ପର୍ବ ଦୀପାବଳୀକୁ ଆସିକା ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳରେ ସ୍ୱଚ୍ଛତାର ପର୍ବ ଭାବେ ପାଳନ କରିବାକୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ସହରାଂଚଳ ବିକାଶ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ଏନ୍‍ଏସି ପକ୍ଷରୁ ଏହି ଅବସରରେ ଏନ୍‍ଏସି ଅଧୀନସ୍ଥ ୧ ନମ୍ବର ୱାର୍ଡର ରଘୁନାଥନଗର ନିକଟସ୍ଥ ବୁଡତୋଟା ରୋଡରେ ଅନୁଷ୍ଠିତ ସଚେତନତା, ସମୂହ ସଫେଇ ଓ କ୍ୟାମ୍ପେନ୍‍ କାର୍ଯ୍ୟକ୍ରମରେ ନଗରପାଳିକା ବିନେତା ସ୍ୱାଇଁ, କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‍, ଏନ୍‍ଏସି କାଉନସିଲର ସରୋଜ କୁମାର ଭଂଜ, ନିରଂଜନ ଜେନା, ଏନ୍‍ଏସି କର୍ମଚାରୀ ସୁମନ୍ତ କୁମାର ସେନାପତି, ଶ୍ରୀନିବାସ ସାହୁ, ଦୀପକ କୁମାର ଗୌଡ, ଜଗନ୍ନାଥ ବେହେରା, ପରିମଳ ନୀରିକ୍ଷକ ଅଜିତ୍‍ କୁମାର ପଟ୍ଟନାୟକ, ଜେମାଦାର୍‍ ସନ୍ୟାସୀ ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ସ୍ୱଚ୍ଛ ସାଥୀ ନମିତା ଗୌଡ ଓ ଜେ.ପାୱନୀ ଆଚାରୀ, ସୁପରଭାଇଜର ପୂଜାରାଣୀ ବିଷୋୟୀ, ବି.ସଙ୍ଗୀତା ରାଓ, ପ୍ରିୟମ୍ବଦା ପାଢୀ, ଡି.ରଶ୍ମୀ ଦୋରା, ଯାଜ୍ଞସେନୀ ପୋଲାଇ, ମିନତୀ ମହାନ୍ତି, ସିଏଚ୍‍.ରାଜଲକ୍ଷ୍ମୀ ଆଚାରୀ, କେ.ଜ୍ୟୋତି ଦୋରା, ପ୍ରଭାସିନୀ ବେହେରା ପ୍ରମୁଖ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଛି । ସ୍ୱଚ୍ଛ ଦାପାବଳୀ, ଶୁଭ ଦାପାବଳୀ କ୍ୟାମ୍ପେନ୍‍ ଅବସରରେ ଏହି ସଚେତନତା ର‌୍ୟାଲି ଆସିକା ଏନ୍‍ଏସି ଅଧୀନସ୍ଥ ୧ ନମ୍ବର ୱାର୍ଡର ବୁଡତୋଟା ରୋଡ ପରିକ୍ରମା କରିଥିଲା ବେଳେ ଏକ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଲୋକର ପର୍ବ ଦୀପାବଳୀରେ ପରିବେଶ ପ୍ରଦୂଷଣକାରୀ ବାଣ ନଫୁଟାଇବାକୁ ପରାମର୍ଶ ଦିଆଯିବା ସହ ନିଜକୁ ସୁରକ୍ଷିତ ରଖିବାକୁ ୱାର୍ଡବାସୀଙ୍କୁ ସଚେତନ କରାଯାଇଥିଲା । ଆସିକା ଏନ୍‍ଏସି ପରିସରଭୁକ୍ତ ଅଞ୍ଚଳର ଜନସାଧାରଣ ଏକକ ପ୍ଳାଷ୍ଟିକ ବ୍ୟବହାର ନକରିବାକୁ ସଚେତନ କରାଯିବା ସହ ସ୍ୱଚ୍ଛତା ରକ୍ଷା, ଆବର୍ଜନା ପୃଥକୀକରଣ, ରିଡ୍ୟୁସ୍‍, ରିୟୁଜ୍‍, ରିସାଇକେଲ୍‍ ବାର୍ତ୍ତାର ଅନୁପାଳନ ସହ ଆବର୍ଜନାର ପୁନଃଚକ୍ରଣକୁ ଗୁରୁତ୍ୱ ସାଙ୍ଗକୁ ପରିବେଶକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନ୍‍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‍ ଓ ନଗରପାଳିକା ବିନେତା ସ୍ୱାଇଁ ଯୋଗଦେଇ ସ୍ୱଚ୍ଛ ଓ ସବୁଜ ଦୀପାବଳୀ ପାଳନ ଅବସରରେ ସୁରକ୍ଷିତ ରୁହନ୍ତୁ, ଅନ୍ୟକୁ ସୁରକ୍ଷିତ ରଖନ୍ତୁ, ପରିବେଶକୁ ବଂଚାନ୍ତୁ ବାର୍ତ୍ତା ଦେଇ ଦୀପାବଳୀ ସମୟରେ ବାଣ ଫୁଟିବା ଦ୍ୱାରା ଭୟଙ୍କର ବାୟୁ ପ୍ରଦୂଷଣ ସୃଷ୍ଟି ହୋଇଥାଏ , ଯାହାରି ଫଳରେ ବ୍ୟାପକ ରୂପେ ପରିବେଶ କ୍ଷତାକ୍ତ ହୋଇଥାଏ ଓ ଶ୍ୱାସକ୍ରିୟାରେ ସଂକଟ ଦେଖାଦେଇଥାଏ, ସତେ ଯେପରି ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରଦୂଷିତ ବାୟୁରେ ବନ୍ଧା ପଡିଯାନ୍ତି ଏବଂ ପ୍ରଶ୍ୱାସ ନେବାରେ ଅନେକ ବିକଳ ସ୍ଥିତି ମଧ୍ୟ ଦେଖିବାକୁ ମିଳିଥାଏ । ଏଣୁ ଦୀପାବଳୀରେ ପରିବେଶ ପ୍ରଦୂଷଣକାରୀ ବାଣ ନଫୁଟାଇ ଏକ ସବୁଜ, ସ୍ୱଚ୍ଛ, ସୁସ୍ଥ ପରିବେଶ ସୃଷ୍ଟିରେ ସହାୟକ ହେବାକୁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆଲୋକର ପର୍ବ ଦୀପାବଳୀ ପାଳନ ଅବସରରେ ଆସିକା ଏନ୍‍ଏସି କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ପାଢୀ, ଏନ୍‍ଏସି ନଗରପାଳିକା ବିନେତା ସ୍ୱାଇଁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍‍, ଏନ୍‍ଏସି କର୍ମଚାରୀ ସୁମନ୍ତ କୁମାର ସେନାପତିଙ୍କ ସମେତ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ଏନ୍‍ଏସି କର୍ମଚାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ