ଆସିକା ଓକିଲ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବିଚାରବିଭାଗୀୟ ଅଦାଲତରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ ରୂପେ ଅବସ୍ଥାପିତ ଥିବା ମୋନାଲି ବେହେରା ବଦଳି ହୋଇ ଗଜପତି ଜିଲ୍ଲାର କାଶୀନଗର ବିଚାରବିଭାଗୀୟ ଅଦାଲତରେ ନିଯୁକ୍ତି ପାଇଥିବା ଜଣାପଡିଛି । ଆସିକାର ଅଦାଲତରେ ଦୀର୍ଘ ଦିନ ଧରି ସଚ୍ଚୋଟତାର ସହ କାର୍ଯ୍ୟ କରି ଆସିଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୋନାଲି ବେହେରାଙ୍କୁ ଆସିକା ଓକିଲ ସଂଘ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆସିକା ଓକିଲ ସଂଘର ସଭାପତି ସୁଧାଂଶୁ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲା ଜଜ୍‍ ପ୍ରବୀର କୁମାର ଚୌଧୁରୀ, ବରିଷ୍ଠ ଦେୱାନୀ ବିଚାରପତି ସୌଦାମିନି ବିଶ୍ୱାଳ, କନିଷ୍ଠ ଦେୱାନୀ ବିଚାରପତି ଝିଲିଲୀନା ନାୟକ, ଅନ୍ୟତମ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ ଏ.ଗିତାଞ୍ଜଳୀ ନାଇଡୁ, ଆସିକା ଓକିଲ ସଂଘର ସଂପାଦକ ବିଦେଶୀ ନାହାକ ପ୍ରମୁଖ ମଂଚାସୀନ ଥିଲା ବେଳେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ସରୋଜ କୁମାର ତ୍ରିପାଠୀ, ରବିନ୍ଦ୍ରନାଥ ଶର୍ମା, ଛବିଳରାମ ମିଶ୍ରଙ୍କ ସମେତ ବହୁ ଆଇନଜୀବୀ ଯୋଗଦେଇ ବିଦାୟୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୋନାଲି ବେହେରାଙ୍କ ସାଧୁତା, ସଚ୍ଚୋଟତା, ନିରପେକ୍ଷ ବିଚାରଧାରା ସମେତ ବହୁବିଧ ଗୁଣାବଳୀ ଉପରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଆସିକା ଓକିଲ ସଂଘ ପକ୍ଷରୁ ବିଦାୟୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୋନାଲି ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ଓକିଲ ସଂଘର ଉପସଭାପତି ପ୍ରଭାତ କୁମାର ପାଢୀ, ଯୁଗ୍ମ ସଂପାଦକ ରାଘବ କୁମାର ନାହାକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର, ଲାଇବ୍ରେରୀ ସଂପାଦକ ସିମାଞ୍ଚଳ ସେଠୀ, ଆଇନଜୀବୀ ପି.ଶିବଶଙ୍କର ପାତ୍ର, ପ୍ରସନ୍ନ କୁମାର ବିଷୋୟୀ, ଶରତେନ୍ଦୁ ପଣ୍ଡା, ସନ୍ତୋଷ କୁମାର ପାଣିଗ୍ରାହୀ, ସୁଧାଂଶୁ କୁମାର ପାଣିଗ୍ରାହୀ, ଶିବଶଙ୍କର ମହାନ୍ତି, ମହେଶ୍ୱର ବେହେରା, ମାନସ ରଂଜନ ଗୌଡ, ଶରତ ଚନ୍ଦ୍ର ପାଢୀ, ପୂର୍ଣ୍ଣଚନ୍ଦ୍ର ନାୟକ, ପି.ଚନ୍ଦ୍ରଶେଖର ପାତ୍ର, ଅଜିତ୍‍ କୁମାର ଚୌଧୁରୀ, ଚିତ୍ତରଂଜନ ଦାଶ, କାଳିଚରଣ ଦାଶ, ଜି.ସୂର୍ଯ୍ୟପ୍ରକାଶ ରାଓ, ଅଜିତ୍‍ କୁମାର ନାୟକ, ହର୍ଷରଂଜନ ପାଢୀ, ଦିଲୀପ କୁମାର ପାଣିଗ୍ରାହୀ, ଅଜିତ୍‍ କୁମାର ପଟ୍ଟନାୟକ, ଭି.ଖୋକନ ରାଓ, ଲଳିତ ମୋହନ ଦାଶ, ରୁଦ୍ର ପାଣିଗ୍ରାହୀ, ଦ୍ୱାରିକାନାଥ ପରିଡା, ଚିନ୍ତାମଣି ମେକାପ୍‍, ଶିଶିର କୁମାର ନାୟକ, ପ୍ରତାପ କୁମାର ଭୂୟାଁ, ଶିବରାମ ପ୍ରଧାନ, ରବିନ୍ଦ୍ରନାଥ ପାତ୍ରଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ