ଆସିକା ଓକିଲ ସଂଘ ପକ୍ଷରୁ ସ୍ୱାସ୍ଥ୍ୟସେବା ଶିବିର
ଆସିକା, (ଯୁଗାବ୍ଦ ନ୍ୟୁଜ):ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ଆସିକା ଓକିଲ ସଂଘ ପକ୍ଷରୁ ଏକ ମେଗା ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଅଧୀନସ୍ଥ ହାଟପଦା ସ୍ଥିତ ସହରାଂଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିରର ଡାକ୍ତର ଭାଗବତ ପ୍ରସାଦ ବିଷୋୟୀଙ୍କ ନେତୃତ୍ୱରେ ଫାର୍ମାସିଷ୍ଟ ରାଣୀ ବେଦମତୀ ରଥ, ନର୍ସିଂ କର୍ମଚାରୀ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ, ନିରାପତ୍ତାରକ୍ଷୀ ବିପିନ୍ ନାହାକ ପ୍ରମୁଖ ଯୋଗଦେଇ ଆସିକାର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ଥିବା ବହୁ ବିଚାରପତି ଓ ଅଦାଲତ କର୍ମଚାରୀଙ୍କ ସମେତ ଆଇନଜୀବୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିର କାର୍ଯ୍ୟକ୍ରମରେ ପ୍ରାୟ ୭୨ ଜଣ ବ୍ୟକ୍ତିଙ୍କ ରକ୍ତଚାପ, ରକ୍ତ ସର୍କରା, ଓଜନ, ଶରୀରରେ ଅମ୍ଳଜାନର ମାତ୍ରା ପରୀକ୍ଷା କରାଯାଇ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥିଲା । ଆସିକା ଓକିଲ ସଂଘର ସଭାପତି ସୁଧାଂଶୁ କୁମାର ପଣ୍ଡା, ଉପସଭାପତି ପ୍ରଭାତ କୁମାର ପାଢୀ, ସଂପାଦକ ବିଦେଶୀ ନାହାକ, ଯୁଗ୍ମ ସଂପାଦକ ରାଘବ କୁମାର ନାହାକ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ ଛବିଳରାମ ମିଶ୍ର, ସୁରେନ୍ଦ୍ରନାଥ ପଣ୍ଡା, ଶରତେନ୍ଦୁ ପଣ୍ଡା, ଶିଶିର କୁମାର ନାୟକ, ଚିନ୍ତାମଣି ମେକାପ୍, ଶରତ ଚନ୍ଦ୍ର ପାଢୀ, ରୁଦ୍ରନାରାୟଣ ମହାପାତ୍ର, ଗଙ୍ଗାଧର ନାୟକ, ପ୍ରତାପ ଚନ୍ଦ୍ର ଭୂୟାଁ, ଦେବରାଜ ମିଶ୍ର, ଜି.ସୂର୍ଯ୍ୟପ୍ରକାଶ ରାଓ, କାଳୀଚରଣ ଦାଶ, ମହେଶ୍ୱର ବେହେରା, ପି.ଶିବଶଙ୍କର ପାତ୍ର, ପି.ରବିକୁମାର ପାତ୍ର, ମାନସ ରଂଜନ ଗୌଡଙ୍କ ସମେତ ବହୁ ଆଇନଜୀବୀ ଏହି ସ୍ୱାସ୍ଥ୍ୟସେବା ଶିବିରକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଛି ।