ଆସିକା କେନ୍ଦ୍ରୀୟ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମୂହିକ ଭୋଜନ କାର୍ଯ୍ୟକ୍ରମ

ଆସିକା, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ସମ୍ଭାଗ ଅନ୍ତର୍ଗତ ଆସିକା ସ୍ଥିତ ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ନେଇ ଶନିବାର ସାମୂହିକ ଭୋଜନ (କମ୍ୟୁନିଟି ଲଞ୍ଚ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପିଏମ୍‍ଶ୍ରୀ ଆସିକା କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପାଠ ପଢୁଥିବା ବିଦ୍ୟାର୍ଥୀମାନେ ଘରୋଇ ପ୍ରସ୍ତୁତ ଉତ୍ତରୀୟ ଖାଦ୍ୟ, ଦକ୍ଷିଣ ଭାରତୀୟ ଖାଦ୍ୟ ଓ ସମସ୍ତ ପ୍ରକାର ଓଡିଆ ଖାଦ୍ୟ ବ୍ୟଞ୍ଜନ ସାଙ୍ଗକୁ ବିନା ଅଗ୍ନିରେ ପ୍ରସ୍ତୁତ ଖାଦ୍ୟ ପ୍ରସ୍ତୁତ କରି ଆଣି ସାମୂହିକ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ । ପିଏମ୍‍ଶ୍ରୀ ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାନ୍ତି, ସହକାରୀ ଶିକ୍ଷକ ସୌମ୍ୟସୁରଭିକା, ସତ୍ୟବାଦୀ ବେହେରା, ପିକଲ ନାରାୟଣ, ଶିବନନ୍ଦିନୀ ପାଢୀ, ଏମ୍‍.ସନ୍ତୋଷିନୀ ପାତ୍ର, ଚିନ୍ମୟୀ ସାହୁ, ତପସ୍ୱିନୀ ସାହୁ, ହରେକୃଷ୍ଣ ପାଣିଗ୍ରାହୀ, ହରେକୃଷ୍ଣ ବିଷୋୟୀ, ଚନ୍ଦନ ଲୁହାର, ଶୁଭଶ୍ରୀ ମହୁଲିଆ, ସାଶ୍ୱତୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳୀ ମହାପାତ୍ର, କମ୍ପ୍ୟୁଟର ପ୍ରଶିକ୍ଷକ ଅମୀୟ ରଂଜନ ସାବତଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଏହି ସାମୂହିକ ଭୋଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ