ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ

ଆସିକା, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୩-୨୪ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟସ୍ତରରେ ଭଲ ମାର୍କ ରଖି ସଫଳତା ପାଇଥିବା ୧୨ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ଏକ ସ୍ୱତନ୍ତ୍ର ପ୍ରତିଭା ସମ୍ମାନ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଭିଭାବକ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିବା ଜଣାପଡିଛି । ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘର ସାଧାରଣ ଅଧିବେଶନ ରବିବାର ସ୍ଥାନୀୟ ଟାଉନ୍‍ହଲ୍‍ ପରିସରରେ ସଂଘର ସଭାପତି ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗଦେଇଥିଲେ । ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଭିଭାବକ ସଂଘର ବାର୍ଷିକ ସାଧାରଣ ଅଧିବେଶନରେ ସଂଘର ସଭାପତି ପ୍ରଶାନ୍ତ କୁମାର କର, ଉପସଭାପତି ସୁଦେଷ୍ଣା ପଟ୍ଟନାୟକ ଓ ଶ୍ୟାମସୁନ୍ଦର ପାଢୀ, ସଂପାଦକ ସନ୍ତୋଷ କୁମାର ସେଠୀ, ସହସଂପାଦକ ଶିବରାମ ଗୌଡ, କୋଷାଧ୍ୟକ୍ଷ ଅରୁଣ କୁମାର ସେଠୀ, ଉପଦେଷ୍ଟା ଶଙ୍କର ସାହୁ ପ୍ରମୁଖ ଯୋଗଦେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୩-୨୪ ମାଟ୍ରିକ ପରୀକ୍ଷାରେ କୃତିତ୍ୱର ସହ ଉର୍ତ୍ତିର୍ଣ୍ଣ ହୋଇ ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟସ୍ତରରେ ୮୦ ପ୍ରତିଶତରୁ ଅଧିକ ମାର୍କ ରଖି ସଫଳତା ପାଇଥିବା ମେଧାବୀ ବିଦ୍ୟାର୍ଥୀ ସାଇନା ଶତପଥୀ, ଉମାରାଣୀ ପଣ୍ଡା, ସୁଚୁମିତା ବେହେରା, ସୋହନ୍‍ କୁମାର ପରିଡା, ଅଞ୍ଜଳି ବେହେରା, ସ୍ନେହାରାଣୀ ଜେନା, ଜ୍ଞାନରଂଜନ ପ୍ରଧାନ, ଶିବଶଙ୍କର ବେହେରା, ରାଜ୍‍ ଶେଖର ଦାଶ, ଜଗଦିଶ ପାଣିଗ୍ରାହୀ, ସୁଶ୍ରୀ ପଟ୍ଟନାୟକ, ଇତିଶ୍ରୀ ସାହୁଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ କୃତି ବିଦ୍ୟାର୍ଥୀମାନେ ନିଜ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ôଚବା ପାଇଁ ଦୃଢତାର ସହ ଆଗେଇବାକୁ ପରାମର୍ଶ ଦେଇ କହିଲେ ଯେ ଜୀବନ ମୂଲ୍ୟବୋଧକୁ ହୃଦୟଙ୍ଗମ କରି ଦିବ୍ୟଗୁଣ ଧାରଣ କରିବା ଦ୍ୱାରା ଜୀବନର ମହନୀୟତା ପ୍ରତିପାଦିତ ହୋଇଥାଏ ତେଣୁ ଜୀବନର ସାର୍ଥକତା ପ୍ରମାଣିତ କରିବାକୁ ହେଲେ ସଫଳତାର ସ୍ରୋତକୁ ଆହୁରି ତ୍ୱରାନ୍ୱିତ କରିବାକୁ ହେବ । ଅବିରତ ପ୍ରୟାସ, କଠିନ ପରିଶ୍ରମ ଏବଂ ଉଚ୍ଚକୋଟୀର ଯୋଜନା ଓ ଚିନ୍ତାଧାରା ହିଁ ଜଣେ ବିଦ୍ୟାର୍ଥୀକୁ ଆଗକୁ ବଢିବା ପାଇଁ ପ୍ରେରଣା ଓ ସହାୟକ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭିଭାବକ ସଂଘର ସଦସ୍ୟ ରାଘବ କୁମାର ନାହାକ, ଅମୀୟସିନ୍ଧୁ ମୁନି, କୃଷ୍ଣଚନ୍ଦ୍ର ଚୌଧୁରୀ, ବିନୋଦ ଚନ୍ଦ୍ର ଦୋରା, ପ୍ରଭାତ କୁମାର ଗୌଡ, ସୁକାନ୍ତ କୁମାର ପଟ୍ଟନାୟକ, ଜିତେନ୍ଦ୍ର କୁମାର ଜେନା, ଶିବଶଙ୍କର ସ୍ୱାଇଁ, ରଜନୀ ପ୍ରଧାନ, ବନିତା ବେହେରା, ଦୀପାଞ୍ଜଳୀ ନାୟକ, ସରୋଜକାନ୍ତ ମହାପାତ୍ର, ଜାନକୀ ଗୌଡ, କୁନି ମହାନ୍ତି, ସୁରଥ କୁମାର ସାହୁ, ବି.ଦ୍ୱାରିକାନାଥ ପାତ୍ର, ତପନ କୁମାର ବେହେରା, ବସନ୍ତ କୁମାର ସେଠୀ, ରଘୁରାମ ବେହେରା, କୃଷ୍ଣଚନ୍ଦ୍ର ସେଠୀ, ଶଶାଙ୍କ ଶେଖର ମହାରଣା, ବିଭୁତିଭୂଷଣ ମହାରଣା, ସଂଜୟ କୁମାର ଜେନା, କାଳୀଚରଣ ପାଢୀ, ଶ୍ରୀନିବାସ ଗୌଡ, ଚିତ୍ତରଂଜନ ମଣ୍ଡଳ, ଶଙ୍କର ବେହେରା, କୈଳାଶ ଚନ୍ଦ୍ର ସାହୁ, ମନୋଜ କୁମାର ଗୌଡ, ବିନୋଦିନି ପରିଡା, ସୁଧିର ଚରଣ ପାଢୀ. ସାବିତ୍ରୀ ବେହେରା, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, କିଶୋର କୁମାର ବେହେରା, ସୁକାନ୍ତ କୁମାର ପାତ୍ର, ସୌଦାମିନୀ ସାହୁ, କବିତାରାଣୀ ଜେନାଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘର ଏହି ବାର୍ଷିକ ସାଧାରଣ ଅଧିବେଶନରେ ସଂଘର ସାଧାରଣ ସଂପାଦକ ସନ୍ତୋଷ କୁମାର ସେଠୀ ବାର୍ଷିକ ବିବରଣୀ ପଠନ କରିଥିଲା ବେଳେ ଶିକ୍ଷାନୁଷ୍ଠାନ ପରିସରରେ ସାଇକେଲ୍‍ ଷ୍ଟାଣ୍ଡ ନିର୍ମାଣ କରିବା, ଏକାଦଶ ପାଠ୍ୟକ୍ରମରେ କଳା ଓ ବାଣିଜ୍ୟ ସ୍ଥାନିତ କରିବା, ଆସିକା ପିଏମ୍‍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ଥାୟୀ ପରୀକ୍ଷା କେନ୍ଦ୍ର ମାନ୍ୟତା ଦେବା ଓ କେଣ୍ଟିନ୍‍ ବ୍ୟବସ୍ଥା କରିବା, ବିଦ୍ୟାର୍ଥୀମାନଙ୍କ ପାଇଁ ପୃଥକ୍‍ ପୃଥକ୍‍ କମନ୍‍ ରୁମ୍‍ ବ୍ୟବସ୍ଥା କରିବା, ଶିକ୍ଷାନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଯାତାୟତ ପାଇଁ ନିଜସ୍ୱ ଯାନବାହନର ବ୍ୟବସ୍ଥା କରିବା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ