ଆସିକା ବାଣିବିହାରରେ ବନ୍ଦ ଥିବା ଏଟିଏମ୍‍ ସେବା କାର୍ଯ୍ୟକ୍ଷମ କେବେ?

ଆସିକା, (ୱାଇଏନ୍‍ଏସ୍‍):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ହଜାର ହଜାର ଜନତାଙ୍କ ସୁବିଧା ଲାଗି ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମ୍‍ ସେବା କାର୍ଯ୍ୟକାରୀ କରାଯାଇଛି । ଆସିକା ସହରର ବିଭିନ୍ନ ସ୍ଥାନରେ ଏହି ଏଟିଏମ୍‍ ସେବା ପ୍ରତିଷ୍ଠା ହେବା ପର ଠାରୁ ବ୍ୟାଙ୍କର ଜମାକାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଓ ବୟୋଜ୍ୟେଷ୍ଠ ନାଗରିକମାନେ ଆବଶ୍ୟକତା ସମୟରେ ଟଙ୍କା ଉଠାଣ କରିପାରୁଛନ୍ତି । ଆସିକା ଏନ୍‍ଏସି ଅଧୀନସ୍ଥ ୨ ନମ୍ବର ୱାର୍ଡର ବାଣିବିହାର ତଥା ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ବାସ୍ତବ ସମସ୍ୟାକୁ ହୃôଦୟଙ୍ଗମ କରି ଦୀର୍ଘ ବର୍ଷ ତଳେ ଏସ୍‍ବିଆଇ ପକ୍ଷରୁ ଏକ ଏଟିଏମ୍‍ କାଉଣ୍ଟର ସ୍ଥାପନ କରାଯାଇଥିଲା । ଏହି ଏଟିଏମ୍‍ କାଉଣ୍ଟର ମାଧ୍ୟମରେ ବହୁ ସାଧାରଣ ଜନତା ଆବଶ୍ୟକତା ସମୟରେ ଟଙ୍କା ଉଠାଣ କରି ଉନ୍ନତ ମାନର ସେବା ପାଇ ଆସୁଥିଲେ । ତେବେ ଏସ୍‍ବିଆଇ ପକ୍ଷରୁ ବାଣିବିହାର ମୁଖ୍ୟରାସ୍ତା ପାଶ୍ୱର୍ରେ ସ୍ଥାପନ କରାଯାଇଥିବା ଏହି ଏଟିଏମ୍‍ କାଉଣ୍ଟରଟି କୌଣସି କାରଣରୁ ଗତ କିଛି ଦିନ ହେଲା ବନ୍ଦ ରହିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଟଙ୍କା ଉଠାଣ କ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଆଲୋଚିତ ହେଉଛି । ଆସିକା ସହରର ବାଣିିବିହାର ଅଞ୍ଚଳରେ ସ୍ଥାପିତ ହୋଇଥିବା ଏହି ଏଟିଏମ୍‍ ଅତୀତରେ ଜନସାଧାରଣଙ୍କୁ ଦୀର୍ଘ ବର୍ଷ ହେଲା ସେବା ଯୋଗାଇ ଆସୁଥିଲା । ଆସିକା ସହରର ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳ ରୂପେ ପରିଚିତ ଥିବା ଏନ୍‍ଏସି ଅଧୀନସ୍ଥ ୨ ନମ୍ବର ୱାର୍ଡର ବାଣିବିହାର ଅଞ୍ଚଳକୁ ଦୈନିକ ଶହ ଶହ ସାଧାରଣ ଜନତା ବିଭିନ୍ନ କାର୍ଯ୍ୟ ପାଇଁ ଆସିଥାନ୍ତି କିନ୍ତୁ ଆବଶ୍ୟକତା ସମୟରେ ଟଙ୍କା ଉଠାଣ କ୍ଷେତ୍ରରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ତେବେ ବାଣିବିହାର ମୁଖ୍ୟରାସ୍ତା ପାଶ୍ୱର୍ରେ ବନ୍ଦ ହୋଇପଡିଥିବା ଏଟିଏମ୍‍ଟି ପୁନଃ କେବେ କାର୍ଯ୍ୟକ୍ଷମ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଲା ପ୍ରଶାସନ ତଥା ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବାଣିବିହାର ତଥା ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ବନ୍ଦ ଥିବା ବାଣିବିହାର ଅଞ୍ଚଳର ଏଟିଏମ୍‍କୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ଆସିକା ଏନ୍‍ଏସି କାଉନସିଲର ନିଗମାନନ୍ଦ ରାଉତ ଅନୁରୋଧ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ